କନକ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମୋଦର ରାଉତଙ୍କ ଦେହାନ୍ତ ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସେବା ପାଇଁ ତାଙ୍କ କାର୍ଯ୍ୟ ସବୁବେଳେ ସ୍ମରଣୀୟ ହୋଇ ରହିବ । ରାଜନୀତିର କର୍ଣ୍ଣଧାର ଥିଲେ ଦାମୋଦର । ତାଙ୍କ ପରଲୋକରେ ରାଜ୍ୟ ରାଜନୀତିର ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ଦେହାନ୍ତ ସାରା ରାଜ୍ୟ ପାଇଁ ଦୁଃଖଦ ଖବର ।