କନକ ବ୍ୟୁରୋ: ରାଜ୍ୟର ଶାସନ ମୁଖ୍ୟ ହେବା ପରେ ପ୍ରଥମ ଥର ପାଇଁ ଆଜି ନିଜ ଜନ୍ମମାଟିରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ରାଇକଳା ଘରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ମାଆଙ୍କୁ ଭେଟି ସାଷ୍ଟାଙ୍ଗ ପ୍ରଣାମ ଜଣାଇଥିଲେ ମୋହନ ମାଝୀ । ପୁଅକୁ ପାଖରେ ପାଇ ମାଆ ବି ବେଶ ଖୁସି ଅନୁଭବ କରିଥିଲେ । ଏବଂ ମୋହନଙ୍କୁ ନିଜ ହାତରେ ପଖାଳ ଖୁଆଇ ଦେଇଥିଲେ ତାଙ୍କ ମାଆ ।

Advertisment

ଜନ୍ମମାଟିରେ ଯେତେବେଳେ ରାଜ୍ୟ ଶାସନର ମୁଖ୍ୟ, ସେତେବେଳେ ଉତ୍ସାହ ବଢିବା ସ୍ୱାଭାବିକ କଥା । କିନ୍ତୁ ପୁଅ ଯେତେବଡ ହେଉ ନା କାହିଁକି, ମାଆର ପାଦତଳେ ତାକୁ ସ୍ୱର୍ଗ ଶୁଖ ମିଳେ ବୋଲି କୁହାଯାଏ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝି ଆଜି ଯାଇଥିଲେ ନିଜ ଗାଁ ରାଇକଳା । ମା’ଙ୍କୁ ଭେଟିବା ବେଳେ ସାଷ୍ଟ୍ରାଙ୍ଗ ପ୍ରମାଣ କଲେ ମୁଖ୍ୟମନ୍ତ୍ରୀ । ଆଉ ମାଆଙ୍କ ହାତରୁ ପଖାଳ ଖାଇ ନିଜକୁ ଧନ୍ୟ ମନେ କରିଛନ୍ତି ମୋହନ ଚରଣ ମାଝୀ । ମଧ୍ୟାହ୍ନ ଭୋଜନରେ ମା’ଙ୍କ ହାତରୁ ପଖାଳ ଖାଇବାର ଦୃଶ୍ୟ ଥିଲା ନିଆରା । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘରେ ପ୍ରସ୍ତୁତ ହୋଇଥିଲା ଖାଦ୍ୟ । ଏହାମଧ୍ୟରେ ଥିଲା ।

ପଖାଳ
ବାଡି଼ ଶାଗ ଭଜା
ଝୁଡୁଙ୍ଗ ଆଳୁ ଭଜା
ଆଳୁ କୁନ୍ଦୁରି ଭଜା
ଆଳୁ ଭର୍ତ୍ତା
ବାଇଗଣ ପୋଡ଼ା
ବଡ଼ିଚୁରା

ମୋହନ ମାଝିଙ୍କ ଗସ୍ତ ପାଇଁ ରାଇକଳାରେ ଖେଳିଯାଇଥିଲା ଆନନ୍ଦର ଲହରି । ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ ଅଂଚଳବାସୀ । ଆଜି ସକାଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରୁ ଝୁମ୍ପୁରାକୁ ଆସି ରୋଡ ସୋ କରିଥିଲେ । ରୋଡ ଶୋ ବେଳେ ହଜାର ହଜାର ଲୋକ ମୋହନ ମାଝିଙ୍କୁ ସ୍ୱାଗତ କରିଥିଲେ । ରୋଡ ଶୋ କରିବା ପରେ ଏକ ସାଧାରଣ ସଭାରେ ବି ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏକ ସାଧାରଣ ପରିବାରରୁ ଆସିଥବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପିଲାଦିନ ରାଇକଳାରେ କଟିଥିଲା । ଝୁମ୍ପୁରା ହାଇସ୍କୁଲରେ ସେ ପାଠ ବି ପଢିଥିଲେ । ଆଉ ରାଜ୍ୟ ଶାସନର ସେର୍ବାଚ୍ଚ ପଦବୀରେ ବସିବା ପରେ ଆଜି ସେହି ସ୍କୁଲ ଯାଇ ତାଙ୍କ ସାଙ୍ଗମାନଙ୍କ ସହ ଆଲୋଚନା କରି ଫଟୋ ଉଠାଇଥିଲେ । ନିଜ ପ୍ରିୟ ମାଟିର ପୁଅକୁ ପାଇ ଗଦଗଦ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।