ଚୂନମାଟି ଅତଡା ଖସି ୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

168

କନକ ବ୍ୟୁରୋ: ପଟାଙ୍ଗୀ ପଡାଗୁଡା ନିକଟରେ ଚୂନମାଟି ଅତଡା ଖସି ୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା । ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରେଙ୍ଗା ଗ୍ରାମପଂଚାୟତ ଅନ୍ତର୍ଗତ ପଡ଼ାଗୁଡ଼ା ଗାଁ ନିକଟରେ ଆଜି ଅପରାହ୍ଣ ପ୍ରାୟ ୨ଟାରେ ୭ ଜଣ ମହିଳା ଘର ଲିପିବା ପାଇଁ ମାଟି ଆଣିବାକୁ ଯାଇଥିଲେ। ଏହି ସମୟରେ ଚୂନମାଟି ଅତଡ଼ା ଖସିପଡ଼ିଥିଲା। ଏହି ଚୂନମାଟି ଅତଡ଼ା ମହିଳାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ମହିଳା ଚାପି ହୋଇଥିଲେ। ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।