ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା

ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା

କନକବ୍ୟୁରୋ: ଅଗ୍ନିବୀରଙ୍କୁ ସଂରକ୍ଷଣ ଦେଲେ ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଅଗ୍ନିବୀରଙ୍କୁ ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ। ସେହିପରି ସେନାବାହିନୀରେ ଭର୍ତ୍ତି ହୋଇ ନଥିଲେ ସେମାନଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରିଛନ୍ତି ସରକାର। ପୂର୍ବରୁ ଦେଶର ବିଜେପି ଶାସିତ ରାଜ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲା । ମୋଦୀଙ୍କ ତୃତୀୟ ପାଳି ସରକାରରେ ବିଭିନ୍ନ ରାଜ୍ୟର ବିଜେପି ସରକାର ଏପରି ସଂରକ୍ଷଣ ଦେଉଛନ୍ତି।

କେନ୍ଦ୍ରର ମୋଦୀ ସରକାର ଅଗ୍ନିବୀରଙ୍କୁ ଏକ ଭଲ ଯୋଜନା କହୁଥିବା ବେଳେ ବିରୋଧୀ ଏହି ଯୋଜନାକୁ ସମାଲୋଚନା କରୁଛନ୍ତି । ନିକଟରେ ସଂସଦରେ ଏହାକୁ ନେଇ ବିରୋଧୀ ସରକାରକୁ ଘେରିଥିଲେ । ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ପଦବୀ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହାକୁ ନେଇ ବିରୋଧୀ ମାନେ ଆକ୍ରମଣାତ୍ମକ ଅଛନ୍ତି। ଅନେକ ବିରୋଧୀ ନେତା କହୁଛନ୍ତି ଆମ ସରକାର ଆସିଲେ ୨୪ ଘଣ୍ଟା ମଧ୍ୟରେ ଏହି ଯୋଜନାକୁ ବନ୍ଦ କରିଦେବୁ। କେନ୍ଦ୍ର ସରକାର କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ୧୦ ପ୍ରତିଶତ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ଅଧୀନରେ ପୂର୍ବତନ ଅଗ୍ନିବୀରମାନଙ୍କୁ କନଷ୍ଟେବଳ ଓ ରାଇଫଲମ୍ୟାନ ପଦବୀରେ ବୟସ ସୀମା ଏବଂ ଶାରୀରିକ ପରୀକ୍ଷାରେ ରିହାତି ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe