ହିଞ୍ଜିଳିରେ ବିଶାଳ ଜନସମାବେଶକୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀଙ୍କ ନାଁ ନେଇ ଆରମ୍ଭ କଲେ ଅଭିଭାଷଣ

Advertisment
ହିଞ୍ଜିଳିରେ ବିଶାଳ ଜନସମାବେଶକୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀଙ୍କ ନାଁ ନେଇ ଆରମ୍ଭ କଲେ ଅଭିଭାଷଣ

କନକ ବ୍ୟୁରୋ: ହିଞ୍ଜିଳିରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀଙ୍କ ନାଁ ନେଇ ବିଶାଳ ଜନସମାଶେକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୨୪ ନିର୍ବାଚନ ପାଇଁ ହିଞ୍ଜିଳିରୁ ହିଁ ଆରମ୍ଭ ହୋଇଛି ବିଜେଡିର ବିଜୟ ପ୍ରଚାର । ତେବେ ନିଜ ନିର୍ବାଚନ କ୍ଷେତ୍ରରୁ ପ୍ରଥମେ ପ୍ରଚାର ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଛନ୍ତି ନବୀନ । ହିଞ୍ଜିଳିବାସୀ ତାଙ୍କୁ ସବୁବେଳେ ସହଯୋଗ କରିଆସିଛନ୍ତି । ହିଞ୍ଚିଳି ସହ ଓଡିଶାର ସାଢେ ୪ କୋଟି ଜନତା ତାଙ୍କ ପରିବାର , ଯେଉଁମାନଙ୍କ କଲ୍ୟାଣ ପାଇଁ ସେ ସବୁବେଳେ କଲ୍ୟାଣକାରୀ କାର୍ଯ୍ୟ କରିଆସିଛନ୍ତି ଏବଂ ଶେଷ ଯାଏଁ ଲୋକଙ୍କ ସେବା କରୁଥିବେ । ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ହିଞ୍ଚିଳିବାସୀଙ୍କ ପ୍ରତି କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe