କନକ ବ୍ୟୁରୋ: ହିଞ୍ଜିଳିରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀଙ୍କ ନାଁ ନେଇ ବିଶାଳ ଜନସମାଶେକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
୨୦୨୪ ନିର୍ବାଚନ ପାଇଁ ହିଞ୍ଜିଳିରୁ ହିଁ ଆରମ୍ଭ ହୋଇଛି ବିଜେଡିର ବିଜୟ ପ୍ରଚାର । ତେବେ ନିଜ ନିର୍ବାଚନ କ୍ଷେତ୍ରରୁ ପ୍ରଥମେ ପ୍ରଚାର ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଛନ୍ତି ନବୀନ । ହିଞ୍ଜିଳିବାସୀ ତାଙ୍କୁ ସବୁବେଳେ ସହଯୋଗ କରିଆସିଛନ୍ତି । ହିଞ୍ଚିଳି ସହ ଓଡିଶାର ସାଢେ ୪ କୋଟି ଜନତା ତାଙ୍କ ପରିବାର , ଯେଉଁମାନଙ୍କ କଲ୍ୟାଣ ପାଇଁ ସେ ସବୁବେଳେ କଲ୍ୟାଣକାରୀ କାର୍ଯ୍ୟ କରିଆସିଛନ୍ତି ଏବଂ ଶେଷ ଯାଏଁ ଲୋକଙ୍କ ସେବା କରୁଥିବେ । ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ହିଞ୍ଚିଳିବାସୀଙ୍କ ପ୍ରତି କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/Screen-Shot-2024-04-24-at-11.36.30-AM.png)