କରୋନା ମୁକାବିଲା: ସ୍ୱାସ୍ଥ୍ୟସେବାରେ ଯାଜପୁର ସିଡ଼ିଏମଓଙ୍କ ଅସହଯୋଗ ଅଭିଯୋଗ, ସିଡ଼ିଏମଓ ଅରୁଣ ପାତ୍ରଙ୍କୁ ବଦଳି କଲେ ଜିଲ୍ଲାପାଳ ।

2,570

କନକ ବ୍ୟୁରୋ: କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅସହଯୋଗ କାରଣରୁ ତାଙ୍କୁ ବଦଳି କରାଯାଇଛି । ଯାଜପୁର ସିଡିଏମଓ ଅରୁଣ କୁମାର ପାତ୍ରଙ୍କୁ ବଦଳି କରାଯାଇଛି । କରୋନା ନିୟନ୍ତ୍ରଣ କାର୍ଯ୍ୟରେ ମଧ୍ୟ ସେ ତତ୍ପରତା ଦେଖାଉ ନଥିବା ଅଭିଯୋଗ କାରଣରୁ ତାଙ୍କୁ ବଦଳି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ ।

ସବୁଠାରୁ ବଡ଼ କଥା ହେଲା କି, ସାରା ବିଶ୍ୱର ଚିନ୍ତା ବଢ଼ାଇଥିବା କରୋନା ଭାଇରସକୁ କିଭଳି ରୋକାଯାଇ ପାରିବ ସେନେଇ ସତର୍କତା ଆପଣାଉଥିବାବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଆଉ ଏତିିକିବେଳେ କରୋନା ସଂକ୍ରମଣକୁ କିଭଳି ଆଗୁଆ ରୋକାଯାଇ ମୁକାବିଲା କରିହେବ ସେନେଇ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର । ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସହଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଖୋଦ୍ ଜିଲ୍ଲାପାଳ । ତେଣୁ ତାଙ୍କୁ ବଦଳି କରାଯାଇଛି ।