କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଚିଠି । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ବୃଦ୍ଧି କରିବାକୁ ଚିଠିରେ ଲେଖିଲେ ଜଷ୍ଟିସ ରଞ୍ଜନ ଗୋଗୋଇ । ସୁପ୍ରିମକୋର୍ଟ ସମେତ ଦେଶର ତମାମ କୋର୍ଟ ଗୁଡିକରେ ପ୍ରାୟ ୪୩ ଲକ୍ଷ ମାମଲା ପଡିରହିଛି । ଏଗୁଡିକର ଶୁଣାଣି କରିବା ପାଇଁ ବିଚାରପତିଙ୍କ ଅଭାବ ରହିଥିବା ଦର୍ଶାଇଛନ୍ତି ମୁଖ୍ୟ ବିଚାରପତି । ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ଚିଠି ଲେଖି ସମ୍ବିଧାନ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଦେଶର ହାଇକୋର୍ଟ ଗୁଡିକରେ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରିବାକୁ ମଧ୍ୟ ସୁପାରିଶ କରିଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ ।

Advertisment

publive-imageସୁପ୍ରିମକୋର୍ଟରେ ଏବେ ବିଚାରପତୀଙ୍କ ସଂଖ୍ୟା ୩୧ରେ ସୀମିତ ରହିଛି । ସେହିପରି ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୨ ବର୍ଷ ଥିବାବେଳେ ଏହାକୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଛନ୍ତି ଜଷ୍ଟିସ ଗୋଗୋଇ । ସେହିପରି ତୃତୀୟ ଚିଠିରେ ଜଷ୍ଟିସ ଗୋଗୋଇ ଏକ ପୁରୁଣା ପରମ୍ପରାର ପୁନରାବୃତି ପାଇଁ ସୁପାରିଶ କରିଛନ୍ତି ।

publive-imageଅବସରପ୍ରାପ୍ତ ବିଚାରପତିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମଧ୍ୟ ନିଯୁକ୍ତ କରି ବିଚାର ପ୍ରକ୍ରିୟା ତ୍ୱରିତ କରିବାକୁ ସେ ଦର୍ଶାଇଛନ୍ତି । ସମ୍ବିଧାନର ଧାରା ୧୨୮ ଓ ୨୨୪- ଏ ରେ ଏହାର ପ୍ରାବଧାନ ରହିଛି ।