ପୁରୀରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି: ପାରମ୍ପରିକ ପୋଷାକ ପିନ୍ଧି କଲେ ମହାପ୍ରଭୁଙ୍କ ଦର୍ଶନ

129

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା । ପାରମ୍ପରିକ ପୋଷାକ ପିନ୍ଧି ପ୍ରଧାନ ବିଚାରପତି ଶ୍ରୀମନ୍ଦିର ଦର୍ଶନ କରୁଛନ୍ତି । ପ୍ରଧାନ ବିଚାରପତିଙ୍କ ସହିତ ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଭିନିତ ଶରଣଙ୍କ ସହ ତାରି ଜଣ ବିଚାରପତି ରହିଛନ୍ତି । ପ୍ରଧାନ ବିଚାରପତି ୭ଟା ୫୦ରେ ମନ୍ଦିରରେ ପ୍ରବେଶ କରିଥିଲେ ।

ଏହି ସମୟରେ ପୁରୀ ଜିଲ୍ଲାପାଳ, ଏସପି, ୫ଟି ସଚିବ, ମୁଖ୍ୟ ପ୍ରଶାସକ, ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ଡା ଓ ସେବାୟତ ମାନେ ବିଚାରପତି ରମନ୍ନା ଏବଂ ଅନ୍ୟ ବିଚାରପତିଙ୍କୁ ପାଛୋଟି ନେଇଥିଲେ । ମନ୍ଦିରରେ ପ୍ରବେଶ କରିବା ବେଳେ ଅରୁଣସ୍ତମ୍ଭ ନିକଟରେ ଦକ୍ଷିଣା ଦେଇଥିଲେ ପ୍ରଧାନ ବିଚାରପତି ।