୨୦୧୯ ନିର୍ବାଚନ ପାଇଁ ସଜବାଜ। ଭୋଟର ତାଲିକାରେ ସଂଶୋଧନ ନେଇ କିଭଳି କରିବେ ଆବେଦନ, ରାସ୍ତା ବତାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Advertisment
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବମ୍ପର ଭୋଟିଂ । ସିଇଓଙ୍କ ସୂଚନା, ଓଡ଼ିଶାରେ ହୋଇଛି ୭୩.୭୬% ଭୋଟ, ୨ଟି ବୁଥରେ ହୋଇପାରେ ସାନି ମତଦାନ ।

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକିୟା । ଏହି ପ୍ରକ୍ରିୟା ଆସନ୍ତା ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସମସ୍ତ ଭୋଟର ତାଲିକାକୁ ତନତନ କରି ସଂଶୋଧନ କରାଯାଇ । ଆସନ୍ତ ବର୍ଷ ଜାନୁୟାରୀ ୪ ତାରିଖରେ ଚୂଡାନ୍ତା ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

publive-imageରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ ରାଜ୍ୟରେ ମୋଟ୍ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ ଜଣ ଭୋଟର ଅଛନ୍ତି। ତେଣୁ ଏହି ଭୋଟରମାନେ ୩୭ ହଜାର ୬୦୬ଟି ବୁଥରେ ଭୋଟ ଦେବେ। ଗ୍ରାମାଞ୍ଚଳରେ ଗୋଟିଏ ବୁଥରେ ୧୨ଶହ ଭୋଟର ଭୋଟ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ସହରାଞ୍ଚଳରେ ଗୋଟିଏ ବୁଥରେ ୧୪ଶହ ଭୋଟର ଭୋଟ୍ ଦେଇପାରିବେ। ତେବେ ନିର୍ବାଚନ ପୂର୍ବରୁ ଆଜି ଠାରୁ ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଛିି। ଭାଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ସଂଯୋଗ ଓ ବିଛିନ୍ନ କରି ପାରିବେ। ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ଥିଲେ ସମ୍ପୃକ୍ତ ଭୋଟରଙ୍କ ନାମ ଗୋଟିଏ ତାଲିକାରୁ ବାଦ ପଡ଼ିବ।

publive-imageସେହିପରି ଭୁଲ ତଥ୍ୟ ଦେଇଥିଲେ ଭୋଟରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯଦି କୌଣସି ଉପଯୁକ୍ତ ଓ ଯୋଗ୍ୟ ଭୋଟରଙ୍କୁ ଅଧିକାରୀ ଭୋଟର ତାଲିକାରୁ ବାଦ ଦେଇଥାନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୋଟରମାନେ ନିଜ ନିଜ ବୁଥରେ ସେମାନଙ୍କ ଭୋଟର ତାଲିକା ସଂଶୋଧନ କରି ପାରିବେ। ଏଥିପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଭୋଟରମାନେ ଆବେଦନ କରି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe