ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ଇଲେକ୍ସନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ । ସୁନିଲ ଆରୋରଙ୍କ ପରେ ଦାୟିତ୍ୱ ନେଇଥିଲେ ସୁଶୀଲ ଚନ୍ଦ୍ରା

129

କନକ ବ୍ୟୁରୋ : ଦେଶରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିର୍ବାଚନ ଅୟୋଗରେ ଦୁଇ ପ୍ରମୁଖ କରୋନା ସଂକ୍ରମିତ ହେବା ପରେ ଏହାକୁ ନେଇ ଦପ୍ତରରେ ଭୟର ବାତାବରଣ ଖେଳିଯାଇଛି । କହିରଖୁ କି ମୁଖ୍ୟ ନିର୍ବାଚନ ଆୟୂକ୍ତ ସୁନିଲ ଆରୋରା ଅବସର ନେବା ପରେ ମାତ୍ର କିଛିଦିନ ଆଗରୁ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ପାଇଥିଲେ ।

କହିରଖୁ କି ଗତ ୪ ଦିନ ହେବ ଦେଶରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ୨.୫ ଲକ୍ଷ ଉପରେ ରହୁଛି । ଏହାସହ ଗତ ୨୪ ଘଂଟା ମଧ୍ୟରେ ଦେଶରେ ସର୍ବାଧିକ ୧୭୬୧ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ କରୋନା ମହାମାରୀ ବିରୋଧରେ ମୁଖ୍ୟଅସ୍ତ୍ର କୁହାଯାଉଥିବା ଟିକାକରଣକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଗତକାଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି କି ମେ ପହିଲା ଠାରୁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ ।