ମୋଦୀ ସରକାରର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଦେଲେ ଇସ୍ତଫା । ଟୁଇଟରେ ଲେଖିଲେ ଏମିତି କଥା…

350

କନକ ବ୍ୟୁରୋ: ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ କ୍ରିଷ୍ଣାମୂର୍ତ୍ତି ସୁବ୍ରମଣ୍ୟମ । ଶୁକ୍ରବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସେ ଭାରତ ସରକାରଙ୍କ ଆର୍ଥିକ ପରାମର୍ଶଦାତା ପଦରେ ୩ ବର୍ଷ କାମ କରିଛନ୍ତି । ଏହାପରେ ସେ ପୁଣି ଶିକ୍ଷା ଜଗତକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ସେ ନିଜର ଟୁଇଟରରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି ଯେ, ରାଷ୍ଟ୍ରର ସେବା କରିବା ଏକ ପରମ ସୌଭାଗ୍ୟ ରହିଲା । ଏହି ସମୟରେ ତାଙ୍କୁ ଅଦ୍ଭୁତ ପୂର୍ବ ସମର୍ଥନ ଓ ପୋତ୍ସାହନ ମିଳିଛି ବୋଲି ସେ କହିଛନ୍ତି ।

ଟୁଇଟ୍ କରି ସେ ଲେଖିଛନ୍ତି, ମୁଁ ପ୍ରତିଦିନ ନର୍ଥ ବ୍ଲକକୁ ଯାଉଥିଲି । ସେହି ସମୟରେ ମୋତେ ମୋ ବିଶେଷ ଅଧିକାର ମନେ ପଡୁଥିଲା । ତେବେ ଏହି ବିଶେଷ ଅଧିକାର ସହିତ ଆସୁଥିବା ଦାୟିତ୍ୱକୁ ମଧ୍ୟ ସମ୍ପୂର୍ଣ୍ଣ ନ୍ୟାୟ ଦେବାକୁ ଚେଷ୍ଟା କରୁଥିଲି । ତେବେ ସୁବ୍ରମଣ୍ୟମଙ୍କ ଇସ୍ତଫା ପରେ ବି କେନ୍ଦ୍ର ସରକାର ଏହି ପଦ ପାଇଁ ନୂଆ ନାଁ ଘୋଷଣା କରିନାହାଁନ୍ତି ।