ତିହାର ଜେଲରେ କଟିଲା ଚିଦାମ୍ବରମଙ୍କ ପ୍ରଥମ ରାତି । ରାତ୍ରି ଭୋଜନରେ ଦିଆଗଲା ଭାତ ଡାଲି, ଜେଲ ରୁମ ଭିତରେ ଅଛି ଟଏଲେଟ ସୁବିଧା

290

କନକ ବ୍ୟୁରୋ : ତିହାର ଜେଲରେ କଟିଲା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପ୍ରଥମ ରାତି । ପ୍ରଥମ ଦିନ ରାତ୍ରିଭୋଜନରେ ଦିଆଗଲା ରୁଟି, ଡାଲି ଓ ଭାତ । ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ଚିଦାମ୍ବରମ । ଗତକାଲି କୋର୍ଟ ନିର୍ଦ୍ଦେଶ ଦେବା ପରେ ଚାରି ନମ୍ବର ପ୍ରବେଶ ଦ୍ୱାର ଦେଇ ଚିଦାମ୍ବରମଙ୍କୁ ଜେଲକୁ ନିଆଯାଇଥିଲା । ଜେଲ ନିଆଯିବା ପୂର୍ବରୁ ତାଙ୍କର ମେଡିକାଲ ଚେକଅପ୍ କରାଯାଇଥିଲା । ଚିଦାମ୍ବରମଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଶତଚେଷ୍ଟା ସତ୍ୱେ ଜେଲ ଯିବାରୁ ବର୍ତି ପାରିନାହାନ୍ତି ଚିଦାମ୍ବରମ ।

source :google

ଏପରିକି ଜେଲ ଯିବାରୁ ବର୍ତିବା ପାଇଁ ଚିଦାମ୍ବରମଙ୍କ ଓକିଲ ଟିମ୍, ତାଙ୍କୁ ଗିରଫ କରିବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଅଫର କରିଥିଲା । କିନ୍ତୁ ଇଡି, କୋର୍ଟରେ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନଥିଲା । ଏହା ପରେ ଜଜଙ୍କ ଆଗରେ ଦୁଇଟି ବିକଳ୍ପ ରହିଥିଲା । ବେଲ ନ ହେଲେ ଜେଲ । ଶେଷରେ ବିଚାରପତି ତାଙ୍କୁ ଜେଲ ପଠାଇବା ପାଇଁ ରାୟ ଶୁଣାଇଥିଲେ । ତେବେ ଚିଦାମ୍ବରମଙ୍କ ଓକିଲଙ୍କ ଅନୁରୋଧ ଅନୁଯାୟୀ ତାଙ୍କୁ ୱେଷ୍ଟର୍ଣ୍ଣ ଟଏଲେଟ୍, ଚଷମା, ଔଷଧ, ସୁରକ୍ଷା ଓ ଅଲଗା ବାରାକ୍ ସମେତ ଆଉ କେତେକ ସୁବିଧା ଯୋଗାଇ ଦେବାକୁ ମଞ୍ଜୁରି ଦେଇଛନ୍ତି କୋର୍ଟ । ଏହା ସହିତ ଜେଡ-ପ୍ଲସ୍ ସୁରକ୍ଷାରେ ଥିବା ଚିଦାମ୍ବରମଙ୍କୁ ଜେଲରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମଧ୍ୟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ।