ରୋଷେଇ ପୂର୍ବରୁ ପ୍ଲେଟରୁ ଡେଇଁପଡିଲା ଚିକେନ୍ ଖଣ୍ଡ ! ଡରିଗଲେ ରୋଷେୟା , ଦେଖନ୍ତୁ ଭିଡିଓ

1,651

କ’ଣ ଆପଣ କେବେ ଖାଦ୍ୟରେ ପରଷା ଯାଇଥିବା ଚିକେନ୍ କୁ ଚାଲୁଥିବାର ଦେଖିଛନ୍ତି? ଏହି ପ୍ରଶ୍ନ ଆମେ ଆପଣଙ୍କୁ ଏଥିପାଇଁ ପଚାରୁଛୁ କାରଣ ସୋସିଆଲ୍ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ପ୍ଲେଟରୁ ଚିକେନର ଗୋଟିଏ ଖଣ୍ଡ ବାହାରକୁ ଡେଇଁ ବାହାରିଆସୁଥିବାର ଦେଖାଦେଉଛି । ଏହି ଭିଡିଓକୁ ମିୟାମୀରେ ରହୁଥିବା ରି ଫିଲିପ୍ସ ନିଜ ଆକାଉଣ୍ଟରେ ସେୟାର୍ କରିଛନ୍ତି । ୨ ସପ୍ତାହ ତଳେ ଭାଇରାଲ୍ ହୋଇଥିବା ଏହି ଭିଡିଓକୁ ଅନେକ ଲୋକ ଦେଖିସାରିଛନ୍ତି ।

ଗୋଟିଏ ହୋଟେଲର ଟେବୁଲରେ ରଖାଯାଇଥିବା କଞ୍ଚା ମାଂସ କିଭଳି ଭାବେ ଡେଇଁ ଡେଇଁ ବାହାରକୁ ବାହାରି ଆସୁଛି ତାହା ଏହି ଭିଡିଓରେ ଦେଖାଦେଉଛି । ତେବେ ଏ ପର୍ଯ୍ୟନ୍ତ କେଉଁ ହୋଟେଲରେ ଏଭଳି ଘଟଣା ଘଟିଛି ତାହା ଜଣାପଡିନଥିବା ବେଳେ ଅନୁମାନ ଅନୁସାରେ ଜାପାନ, ଚୀନ୍ କିମ୍ବା କୋରିୟାର କୌଣସି ହୋଟେଲର ଏହି ଘଟଣା ହୋଇଥାଇପାରେ ବୋଲି କୁହାଯାଉଛି । ଜଣେ ୟୁଜର କହିଛନ୍ତି ଯେ ମାଂସ ଖୁବ୍ ସତେଜ ଥିବା କାରଣରୁ ମୁଣ୍ଡକାଟ ହେବା ସତ୍ତେ୍ୱ ମଧ୍ୟ ଏହା ଜୀବିତ ଅଛି । ମୁଣ୍ଡ କାଟ ହେବା ପରେ ମଧ୍ୟ ଚିକେନ୍ ଭିତରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିବାର କ୍ଷମତା ରହିଥାଏ । ଥାଇଲ୍ୟାଣ୍ଡର କଥିତ ଲୋକବାଣୀ ଅନୁସାରେ ଗୋଟିଏ କୁକୁଡାର ମୁଣ୍ଡକାଟ ହେବାର ସପ୍ତାହେ ପର୍ଯ୍ୟନ୍ତ ମଧ୍ୟ ସେ ଜୀବିତ ଥାଏ ।