ତେଲେଙ୍ଗାନା କୁକୁଡ଼ା ପ୍ରଜନକ ସଂଘ ଏବଂ ତେଲେଙ୍ଗାନା କୁକୁଡ଼ା ଫେଡେରେସନ୍ ପକ୍ଷରୁ ଗତକାଲି ଜାତୀୟ ଅଣ୍ଡା ସମନ୍ୱୟ କମିଟି ଏକ କୁକୁଡ଼ା ଏବଂ ଅଣ୍ଡା ମେଳା ଆୟୋଜନ କରିଥିଲା । ଏହି ମେଳା ଏକ ବିଶେଷ କାରଣ ଯୋଗୁଁ ଆୟୋଜନ କରାଯାଇଥିଲା । ଅଣ୍ଡା ଏବଂ ଚିକେନ୍ ଖାଇବା ଦ୍ୱାରା କରୋନା ଭାଇରସ୍ ତଥା କୋଭିଡ୍ -୧୯ ସଂକ୍ରମଣ ହୋଇପାରେ ବୋଲି ଲୋକଙ୍କ ମନରେ କିଛି ଦିନ ହେଲା ଭୟ ସୃଷ୍ଟି ହୋଇଥିଲା ।
Telangana ministers KT Rama Rao, Etela Rajender, Talasani Srinivas Yadav and others ate chicken on stage in Hyderabad yesterday in a bid to end rumours that #Coronavirus is transmitted through chicken and egg. pic.twitter.com/WnG1ydZOli
— ANI (@ANI) February 29, 2020
ଯାହାଦ୍ୱାରା ଚିକେନ୍ ଏବଂ ଅଣ୍ଡା ବିକ୍ରୟରେ ମଧ୍ୟ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁଥିଲା । ତେବେ ଶୁକ୍ରବାର ଆୟୋଜିତ ହୋଇଥିବା ଏହି ପ୍ରୋଗ୍ରାମରେ ପ୍ରାୟ ୨୦,୦୦୦ ଲୋକ ଅଣ୍ଡା ଏବଂ ଚିକେନ୍ ପ୍ରସ୍ତୁତି ଖାଦ୍ୟ ଖାଇଥିବାର ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କେ.ରାମା ରାଓ, ପଶୁପାଳନ ତଲାସାନି ଶ୍ରୀନିବାସ ଯାଦବ ଏବଂ ସାଂସଦ ରଣଜିତ୍ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମରେ ଅତି କମରେ ୬,୦୦୦ କିଲୋଗ୍ରାମ ଚିକେନ୍ ଏବଂ ୨୨,୦୦୦ ଅଣ୍ଡା ବଣ୍ଟନ କରାଯାଇଥିଲା ।
ମନ୍ତ୍ରୀ କେ.ରାମା ରାଓ କାର୍ଯ୍ୟକ୍ରମରେ , “କରୋନାଭାଇରସ୍ ଏବଂ ଚିକେନ୍ ସଂଯୁକ୍ତ ନୁହେଁ ବୋଲି କହିଥିଲେ । ମୋ ପରିବାର ଏପରିକି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରତିଦିନ ଚିକେନ୍ ଏବଂ ଅଣ୍ଡା ଖାଉଛନ୍ତି ବୋଲି ସେ କହିଥିଲେ । ତେବେ ଅନ୍ୟମାନଙ୍କ ସହ ମିଶି ଶ୍ରୀ ରାମା ରାଓ ମଞ୍ଚରେ କିଛି ଚିକେନ୍ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଖାଇଥିଲେ ଏବଂ ଲୋକଙ୍କୁ 'ମିଥ୍ୟା ପ୍ରଚାର' ରୁ ଦୂରେଇ ରହିବା ପାଇଁ କହିଥିଲେ । ଆପଣଙ୍କୁ କହିରଖୁଛୁ ଏହି ଗୁଜବ ପାଇଁ ତେଲେଙ୍ଗାନାରେ ବ୍ୟବସାୟୀ ୫୦୦ କୋଟିର କ୍ଷତି ସହିଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/dc-Cover-5u7bq20ur5bf8bsqf8u9l43ri7-20200229055902.Medi_.jpeg)
/kanak/media/post_attachments/wp-content/uploads/2020/02/HY29CHICKENANDEGG-300x187.jpg)
/kanak/media/post_attachments/wp-content/uploads/2020/02/Chicken-Mela-4-300x210.jpg)