ଚିକେନ ଖାଉଥିବା ଲୋକ ସାବଧାନ : ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ( FDA ) କରିଛି ଖୁଲାସା, ଚିକେନରେ ଥାଏ କ୍ୟାନସର ସୃଷ୍ଟି କରୁଥିବା ତତ୍ୱ

576

ଚିକେନ ଖାଉଥିବା ଲୋକଙ୍କ ପାଇଁ ଦୁଃଖ ଖବର ହୋଇପାରେ । ରିପୋର୍ଟ ଅନୁସାରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ( FDA ) ନିଶ୍ଚିତ କରିଦେଇଛି କି ଚିକେନରେ କ୍ୟାନସର ପାଇଁ ଦାୟୀ ଥିବା କାରକ ଆର୍ସେନିକ ମିଳୁଛି । କିନ୍ତୁ କିଛି ଅନ୍ୟ ରିପୋର୍ଟ ଆଧାରରେ ଏହି ଖବର ବହୁତ ପୂର୍ବରୁ ନିଶ୍ଚିତ ହୋଇ ସାରିଛି ।

ଆର୍ସେନିକ କ’ଣ ? : ଆର୍ସେନିକ ଏକ ଫୋଟୋ ସେନ୍ସିଟିଭ ମଲିକ୍ୟୁଲ, ଯାହା ଶରୀର ଭିତରେ କ୍ୟାନସର ସେଲଗୁଡିକୁ ବିକସିତ କରେ । ଏହା ଦ୍ୱାରା କ୍ୟାନସର ସେଲ୍ ର ଅଟୋମ୍ୟୁଟେସନ ଆରମ୍ଭ ହୋଇଯାଏ । ଯଦ୍ୱାରା ଚାରି ଗୁଣ କ୍ୟାନସର ସେଲ ଶରୀରରେ ତିଆରି ହୁଏ । ହୋଲିର ରଙ୍ଗ, ଜଙ୍ଗଲୀ ଘାସ ଆଦିରେ ଏହି ତତ୍ୱ ପାଇବାକୁ ମିଳେ । WHOର ରିପୋର୍ଟ ଅନୁସାରେ, ଆର୍ସେନିକ ଏକ ପ୍ରାକୃତିକ କାରକ ଯାହା ପାଣି, ପବନ ଏବଂ ଭୂମି ଜରିଆରେ ବିତରିତ ହୁଏ । ଏହା ପାଣି ଓ ଫସଲ ଦ୍ୱାରା ଶରୀରରେ ପହଂଚେ ।

ବନିଲା କ୍ୟାନସରର କାରଣ : ଆମେରିକୀୟ କ୍ୟାନସର ସୋସାଇଟି ଅନେକ ଉଦାହରଣ ଦେଇଛି ଯେଉଁଥିରେ ଉଚ୍ଚ ସ୍ତରୀୟ ବହୁତ ସାରା କ୍ୟାନସରର କାରଣ ହୋଇଛି । ସେମାନେ ଦୁଇଟିି ରିପୋର୍ଟରେ ଆର୍ସେନିକ ଏବଂ କ୍ୟାନସର ମଧ୍ୟରେ ଥିବା ସଂପର୍କକୁ ଜଣାଇଛନ୍ତି । ଗବେଷଣାରୁ ଜଣାପଡିଛି ଯେ, ଯେଉଁମାନେ କୀଟନାଶକ ଔଷଧ(ଏଥିରେ ଆର୍ସେନିକ ଥାଏ) ର କାମ ଲମ୍ବା ସମୟ ଧରି କରୁଛନ୍ତି । ସେମାନଙ୍କ ଠାରେ ଫୁସଫୁସ୍ କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ ।

ପାଣିରେ ବି ଥାଏ ଏହି ମଲିକ୍ୟୁଲ : ଏକ ଗବେଷଣାରୁ ଜଣାପଡିଛି ଯେ, ସାଉଥ ଆମେରିକା ଓ ସାଉଥଇଷ୍ଟ ଏସିଆରେ ପାଣିରେ ଆର୍ସେନିକ ବହୁତ ଅଧିକ ପାଇବାକୁ ମିଳେ । ଯାହାକି ବ୍ଲାଡର, ଚର୍ମ ଓ ଫୁସଫୁସ୍ କ୍ୟାନସରର କାରଣ ହୁଏ ।