କରୋନା ଭୟରେ ଚିକେନ ଶସ୍ତା । କୋଣାର୍କ ଓ ଆଖପାଖ ଅଂଚଳରେ ଚିକେନ କିଲୋ ୧୦ ଟଙ୍କା

4,716

କନକ ବ୍ୟୁରୋ: କରୋନା ଭୟରେ ଚିକେନ ଶସ୍ତା । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କୋଣାର୍କ ଓ ଏହାର ଆଖପାଖ ଅଂଚଳରେ । ଏହି ଅଂଚଳରେ ଚିକେନ ଦର କିଲୋପ୍ରତି ୧୦ ଟଙ୍କାକୁ ଖସିଯାଇଛି । ଫଳରେ ବ୍ୟବସାୟୀ ଓ କୁକୁଡାଚାଷୀ ଚିନ୍ତାରେ ପଡିଛନ୍ତି । ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି । କିଛି ଦିନ ତଳେ ସୋରରେ ମଧ୍ୟ ଚିକେନ ଦର ଶସ୍ତା ହୋଇଥିବା ଖବର ଆସିଥିଲା ।

ଚିକେନ କିଲୋ ପ୍ରତି ୧୦ ଟଙ୍କା । ହଁ ଆଜ୍ଞା କଥାଟା ବିଶ୍ୱାସ ନହେଲେବି ସତ । କରେନା ଭାଇରସ ଉଜାଡ଼ି ଦେଇଛି କୁକୁଡ଼ା ଚାଷୀଙ୍କ ମେରୁଦଣ୍ଡ । କୁକୁଡା କେଜିକୁ ୧୦ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

କରେନା ଭାଇରସ ଆମିଷ ଦ୍ରବ୍ୟରେ ବ୍ୟପୁଥିବା ନେଇ ଗୁଜବ ପ୍ରଚାରିତ ହେବାପରେ କୁକୁଡ଼ା ମାଂସ ବଜାରରେ ଲାଗିଛି ନିଆଁ । ବଜାରରେ ମାଂସ ବିକ୍ରି ଆଶାତୀତ ଭାବେ କମିବା ଯୋଗୁଁ କମ୍ପାନୀ ଚାଷୀ ମାନଙ୍କୁ ଦାନା ଯୋଗାଣ ବନ୍ଦ କରିଦେଇଛି ଫଳରେ ଚାଷୀ ମନେ ବାଧ୍ୟହୋଇ କମଦରରେ କୁକୁଡ଼ା ବିକ୍ରିକରୁଛନ୍ତି ।