ଆମେରିକା କାଲିଫର୍ଣ୍ଣିଆରେ ଗୁଳିମାଡ; ଜଣେ ଶିଶୁ ସହ ୬ ମୃତ, ୩୦ ଆହତ

Advertisment
ଆମେରିକା କାଲିଫର୍ଣ୍ଣିଆରେ ଗୁଳିମାଡ; ଜଣେ ଶିଶୁ ସହ ୬ ମୃତ, ୩୦ ଆହତ

କନକ ବ୍ୟୁରୋ: ଆମେରିକାର କେନ୍ଦ୍ରୀୟ କାଲିଫର୍ଣ୍ଣିଆରେ ସୋମବାର ଏକ ଘରେ ଗୁଳିମାଡ ହୋଇଛି। ଏହି ଗୁଳିମାଡରେ ଜଣେ ଶିଶୁ ସମେତ ୬ଜଣଙ୍କ ପ୍ରାଣ ଯାଇଛି।  ୩୦ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ତଦନ୍ତ କରାଯାଇଛି। ଅତିକମରେ ଦୁଇଜଣଙ୍କ ଦ୍ୱାରା ଏହି ଗୁଳିକାଣ୍ଡ ହୋଇଥିବା ସେରିଫ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡିଛି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ, ଭିସାଲିଆର ପୂର୍ବରେ ଥିବା ଗୋସେନ ଅଞ୍ଚଳରେ ସୋମବାର ରାତି ପ୍ରାୟ ୩ଟାରେ ଏକ ଘରେ ହଠାତ୍‌ ଦୁର୍ବୃତ୍ତମାନେ ଅତର୍କିତ ଗୁଳିମାଡ କରିଥିଲେ। ଏହା ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା।

ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘର ଭିତରୁ ପ୍ରାୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅତି ସଂକଟାପନ୍ନ ଅବସ୍ଥାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ହସପିଟାଲରେ ତାଙ୍କର ଜୀବନ ଯାଇଥିଲା ବୋଲି ଆମେରିକାର ଆଇନଶୃଙ୍ଖଳା କାର୍ୟ୍ୟାଳୟ ସେରିଫର ମାଇକ ବୌଡରେକ୍ସ କହିଛନ୍ତି। ଦୁଇ ଜଣ ବନ୍ଧୁକଧାରୀ ଏହି କାର୍ୟ୍ୟ କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ତାଙ୍କ ମା ଅଛନ୍ତି। ସେରିଫ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଘରେ କିଛି ଦିନ ତଳେ ନିଶାକାରବାର ବ୍ୟାପାର ନେଇ ଚଢ଼ଉ କରାଯାଇଥିଲା। ତେଣୁ ଉକ୍ତ କାରବାରକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ହୋଇଥାଇପାରେ। ତେବେ ଏହାର ଅନୁସନ୍ଧାନ କରାଯାଉଛି ବୋଲି ବୌଡେରକ୍ସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe