ସିକାଗୋ ସିଡ଼ିରେ ସ୍ୱାମୀଜୀଙ୍କ ବାଣୀ : ସିକାଗୋ ସହରର ଯେଉଁ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦ ଦେଇଥିଲେ ଜ୍ଞାନମୟ ଭାଷଣ , ସେଠାରେ ଆଜି ବି ଦେଖିବାକୁ ମିଳେ ସ୍ୱାମୀଜୀଙ୍କ ବାଣୀ ।

484

ନିଜ ଜ୍ଞାନମୟ ବିଚାର ପାଇଁ ଯୁଗ ଯୁଗ ପରିଚିତ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ସମସ୍ତଙ୍କୁ ପ୍ରଭାବିତ କରିଛି । ୧୧ ସେପ୍ଟେମ୍ବର ୧୮୯୩ ମସିହାରେ ସିକାଗୋ ସହରର ବିଶ୍ୱ ଧର୍ମ ସମ୍ମିଳନୀରେ ଭାଷଣ ଦେଇଥିଲେ । ଯାହା ପରଠାରୁ ବିଦେଶୀ ମଧ୍ୟ ଜାଣିଗଲେ ଯେ ବେଦାନ୍ତର ଗୁଢ ରହସ୍ୟକୁ ଭାରତ ଛଡ଼ା ଅନ୍ୟ କେଉଁ ଦେଶ ଜାଣିପାରିବନାହିଁ । ସମ୍ମିଳନୀରେ ସ୍ୱାମୀଜୀଙ୍କ ଚର୍ଚ୍ଚିତ ଭାଷଣ ସାରା ଭାରତ ପାଇଁ ସଦାସର୍ବଦା ଗର୍ବର ବିଷୟ ହୋଇରହିବ । ଯେତେବେଳେ ବି ସ୍ୱାମୀଜୀଙ୍କ ଚର୍ଚ୍ଚା ହୁଏ ତାଙ୍କର ଏହି ଐତିହାସିକ ଭାଷଣର ଚିନ୍ତନ ନିଶ୍ଚିତ କରାଯାଏ । ତେବେ ନିକଟରେ ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଫଟୋଟି ସିକାଗୋ ସହରର ବୋଲି ଜଣାପଡ଼ିଛି । ସେଠାରେ ଆଜି ବି ସ୍ୱାମୀ ବିବେକାନନ୍ଦଙ୍କ ସ୍ୱକଥିତ ଶବ୍ଦକୁ ଜୀବିତ ରଖାଯାଇଛି । ଯାହା ମାଧ୍ୟମରେ ଲୋକ ସ୍ୱାମୀଜୀଙ୍କ ସେତେବେଳର ଦୂରଦୃଷ୍ଟିକୁ ଏବେକା ସମୟରେ ମଧ୍ୟ ଅବଲୋକନ କରିପାରିବେ ।

ଆପଣଙ୍କୁ କହିରଖୁଛୁ କି ଏହି ଫଟୋ ଆଇଏଫଏସ୍ ଅଫିସର୍ ପରବୀନ୍ କାସୱାନ୍ ସେୟାର୍ କରିଛନ୍ତି । ପୋଷ୍ଟଟି ସେୟାର୍ କରି ସେ ଲେଖଛନ୍ତି , ସିକାଗୋ ସହରରେ ଚର୍ଚ୍ଚିତ ଭାଷଣ ଦେଇ ଭାରତକୁ ଗର୍ବାନ୍ୱିତ କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଭାଷଣକୁ ବର୍ତ୍ତମାନ ଲୋକଙ୍କ ପାଖରେ କିଭଳି ପହଁଚାଯାଉଛି ଦେଖନ୍ତୁ । ଏହା ସିକାଗୋ ଆର୍ଟ ଇନଷ୍ଟିଚ୍ୟୁଟର ସିଡ଼ି , ଯେଉଁଠି ସ୍ୱାମୀଜୀଙ୍କ ୪୭୩ ଟି ଶବ୍ଦକୁ ଲିଖିତ ଆକାରରେ ଉପସ୍ଥାପନ କରାଯାଇଛି । ଗତକାଲି ସ୍ୱାମୀ ବିବେକାନନ୍ଦଙ୍କ ପୂଣ୍ୟତିଥି ଥିଲା ଏବଂ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆଇଏଫଏସ୍ ଅଫିସର୍ ଏହି ପୋଷ୍ଟଟିକୁ ସେୟାର୍ କରିଥିଲେ । ଫଟୋରେ ସ୍ୱାମୀଜୀଙ୍କ ଭାଷଣକୁ ସିଡ଼ିରେ ଲେଖାଯାଇଛି । ସ୍ୱାମୀଜୀଙ୍କ ଜ୍ଞାନର ବାଣୀ ସିଡିରେ ଚଢୁଥିବା ପଥିକର ପଥକୁ ସୁଗମ କରିବା ଆଶାରେ ଲେଖାଯାଇଛି । ତେବେ ଏହି ପୋଷ୍ଟ୍ ଉପରେ କିଛି ଲୋକ ନିଜର ମତାମତ ଦେଇ ବାଣୀକୁ କାନ୍ଥରେ ଲେଖାଯିବାର ଥିଲା ନା କି ସିଡ଼ିରେ ବୋଲି କହିଛନ୍ତି ।