ମଧ୍ୟପ୍ରଦେଶରେ ଭୁଷୁଡିଲା କଂଗ୍ରେସର ଶେଷ ଦୁର୍ଗ । ଛିନ୍ଦବାଡା ଆସନରେ ବହୁ ଆଗରେ ବିଜେପି, ପରାଜୟ ସ୍ୱୀକାର କଲେ କମଲନାଥ

278

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି କ୍ଲିନ ସ୍ୱିପ୍ କରିବାର ଲକ୍ଷ୍ୟ ରଖିଥିଲା । ଏବେ ଗଣତିର ମଧ୍ୟବର୍ତ୍ତୀ ସ୍ଥତି ଯାହା କହୁଛି ବିଜେପି ତାର ଲକ୍ଷ୍ୟରେ ସଫଳ ହେବାକୁ ଯାଉଛି । କଂଗ୍ରେସର ଶେଷ ଦୁର୍ଗ କୁହାଯାଉଥିବା ଛିନ୍ଦବାଡା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ବହୁ ଆଗରେ ରହିଛନ୍ତି । ଏଙ୍ଖାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କମଲନାଥଙ୍କ ପୁଅ ନକୁଲନାଥ ବହୁ ପଛରେ ରହିଛନ୍ତି । ସେପଟେ କମଲନାଥ ପରାଜୟ ସ୍ୱୀକାର କରିଛନ୍ତି ।

୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ କମଲନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନ ନିଜ ପୁଅ କମଲନାଥଙ୍କୁ ଛାଡିଥିଲେ । ୨୦୧୯ ନିର୍ବାଚନରେ ଏହି ଆସନରୁ ନକୁଲନାଥ କଂଗ୍ରେସ ଟିକେଟରୁ ଲଢି ବିଜୟୀ ହୋଇଥିଲେ । ହେଲେ ଚଳିତ ଥର ବିଜେପି ପ୍ରାର୍ଥୀ ବଣ୍ଟି ବିବେକ ସାହୁ ନକୁଲନାଥଙ୍କୁ କଡା ଟକ୍କର ଦେଇଛନ୍ତି । ବଣ୍ଟି ବିବେକ ସାହୁ ନକୁଲନାଥଙ୍କ ଠାରୁ ୭୦ ହଜାର ଭୋଟରେ ଆଗୁଆ ଚାଲୁଛନ୍ତି ।