ସରିଲା ଛେରାପହଁରା, ଗଡିବ ରଥ: ଭାଇ ଭଉଣୀଙ୍କୁ ସାଥୀରେ ନେଇ ନୀଳକନ୍ଦରକୁ ଫେରି ଯିବେ ମହାବାହୁ

173

କନକ ବ୍ୟୁରୋ: ଛେରାପହଁରା ନୀତି ସମ୍ପନ୍ନ । ଜଗଦଗୁରୁ ଆସିବା ପରେ ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ । ତିନି ରଥରେ ଛେରା ପହଁରା ନୀତି ସମ୍ପନକ ଲେ ଗଜପତି ମହାରାଜା । ପ୍ରଥମେ ବଳଭଦ୍ରଙ୍କ ରଥ ଛେରା ପହଁରା କରିଥିଲେ ଗଜପତି, ତା ପରେ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜା ।  ତେବେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ । ତେବେ ଗଜପତି ମହାରାଜଙ୍କ ଛେରାପହଁରା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବ ତିନିରଥ ।

ଘଣ୍ଟକାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଦାମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ସମ୍ପର୍ଣ୍ଣ ହୋଇଛି ଗଜପତିଙ୍କ ଛେରାପହଁରା ନୀତି । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।ଏହାପରେ ଆରମ୍ଭ ହେବ ରଥଟଣା ।