ଖୁଡୀଙ୍କୁ ଚୁନା ଲଗାଇଲା ୪୨୦ ଝିଆରି : ଲୁଟିନେଲା ୨୪ ଲକ୍ଷ ଟଙ୍କା

3,355

କନକ ବ୍ୟୁରୋ : ଖୁଡୀଙ୍କୁ ଚୁନା ଲଗାଇଥିବା ୪୨୦ ଝିଆରିକୁ ଗିରଫ କଲା ଛେଣ୍ଡିପଦା ପୁଲିସ । ବିଭିନ୍ନ ଉପାୟରେ ନିଜ ଖୁଡିଙ୍କୁ ଠାରୁ ଝିଆରି ଜଣକ ପାଖାପାଖି ୨୪ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ୪୨୦ ଝିଆରି ନିବେଦିତା ପ୍ରଧାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଚାଙ୍ଗୁଡିଆ ଗାଁର ଲିଲି ସାହୁ, ସ୍ୱାମୀଙ୍କ ଦେହାନ୍ତ ପରେ ଝିଆରି ନିବେଦିତାକୁ ପାଖରେ ଆଣି ରଖିଥିଲେ । ଆଉ ସେହି ସମୟରେ ଖୁଡିଙ୍କ ମନରେ ବିଶ୍ୱାସ ଜନ୍ମାଇ ସୁନା ଗହଣା ଓ ଟଙ୍କା ଉଠାଇ ହଡପ କରିଥିଲା ଝିଆରି ।

ପୁଲିସରେ ଅଭିଯୋଗ ପରେ ନିବେଦିତାଙ୍କ ପାଖରୁ ଚୋରି ସୁନା ଗହଣା ଉଦ୍ଧାର ପରେ ସନ୍ଦେହରେ ନିଜ ବ୍ୟାଙ୍କ ଆକାଉଂଟ ଯାଂଚ କରିଥିଲ ଲିଲି ସାହୁ । ପାସବୁକରୁ ୨୩ଲକ୍ଷ ୯୧ ହଜାର ଟଙ୍କା ନଥିବା ଜାଣି ଖୁଡୀ ନିବେଦିତାକୁ ପଚାରିବାରୁ ସେ ସତ ମାନିଯାଇ ଟଙ୍କା ଫେରାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଘଟଣାର ୪ ବର୍ଷ ପରେ ବି ଟଙ୍କା ନଫେରାଇବାରୁ ଲିଲି ସାହୁ ଆଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଛେଣ୍ଡିପଦା ପୁଲିସ ପୁରା ଘଟଣାର ତଦନ୍ତ କରି ନିବେଦିତା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।