ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ପହଂଚିବେ ଅମିତ ଶାହା : ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲା ସ୍ଥଳ ବୁଲି ଦେଖିବେ କେନ୍ଦ୍ର ଗୃହମନ୍ତ୍ରୀ

ହସ୍ପିଟାଲ ଯାଇ ଆହତ ଯବାନଙ୍କୁ ଭେଟିବା କାର୍ଯ୍ୟକ୍ରମ

154

କନକ ବ୍ୟୁରୋ : ଛତିଶଗଡ଼ର ସୁକମା-ବିଜାପୁର ସୀମାକୁ ଯିବେ ଅମିତ ଶାହା । ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲା ସ୍ଥଳ ବୁଲି ଦେଖିବା ସହ ସହିଦକୁ ଶ୍ରଦ୍ଧାଂଜଳି ଜଣାଇବେ । ଏହା ସହ ହସ୍ପିଟାଲ ଯାଇ ଆହତ ଯବାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଛତିଶଗଡ଼ରେ ନକ୍ସଲ ହମଲାରେ ୨୨ ଯବାନ ସହିଦ ହୋଇଛନ୍ତି । ୩୦ ଜଣ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ବୈଠକରେ ନକ୍ସଲଙ୍କୁ ଦମନ କରିବା ପାଇଁ ଏକ ବଡ ଯୋଜନା କରାଯାଉଥିବା ସୂଚନା ମିଳିଛି । ସୁତ୍ର ଅନୁସାରେ ଏହି ବୈଠକରେ ଅମିତ ଶାହା କହିଛନ୍ତି ନକ୍ସଲଙ୍କ ବିରୋଧରେ ଅପରେସନରେ କୌଣସି ପ୍ରକାରର ଅବହେଳା ନହେବା ଦରକାର । ଏହି ନକ୍ସଲ ଆକ୍ରମଣ ଘଟଣାର ତଦନ୍ତ ଏନଆଇଏକୁ ଦିଆଯିବାର ସମ୍ଭାବନା ଅଛି । ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହିତ ଗୃହମନ୍ତ୍ରୀ ଏହି ଆଲୋଚନା କରିଛନ୍ତି ।

ଯେତେବେଳେ ଛତିଶଗଡ ବିଜେପୁରରେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ଗୃହମନ୍ତ୍ରୀ ଆସାମାରେ ନିର୍ବାଚନୀ କାର୍ଯ୍ୟରେ ଥିଲେ । ସେଠାରୁ ରାତି ପ୍ରାୟ ୮ଟା ସମୟରେ ଫେରିବାର ଥିଲା । ପ୍ରଚାର କାମକୁ ବନ୍ଦ ରଖି ତୁରନ୍ତ ଦିଲ୍ଲୀ ଫେରିଆସିଥିଲେ । ଏବଂ ଗୃହ ବିଭାଗ ଓ ସିଆରପିଏଫ ବଡ ବଡ ଅଧିକାରୀଙ୍କ ସହିତ ଜବାବି ଆକ୍ରମଣ ପାଇଁ ଆଲୋଚନା କରିଥିବା ଏବଂ ରଣନୀତି ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।