ଛତିଶଗଡ ପୁଲିସ ଫେରାଇଲା ଓଡିଶା ଧାନ । ଝାରସୁଗୁଡା କନକତୋରା ଗାଁର ଭାଗଚାଷୀଙ୍କ ସହ ନେଇଯାଇଥିଲେ ଅମଳ ହୋଇଥିବା ୩୮ ବସ୍ତା ଧାନ

ପ୍ରତିବାଦରେ ସୀମାନ୍ତ ଚାଷୀ କରିଥିଲେ ରାସ୍ତା ଅବରୋଧ

508

କନକ ବ୍ୟୁରୋ: ଛତିଶଗଡ ପୁଲିସ ଫେରାଇଲା ଓଡିଶା ଧାନ । ଓଡିଶା ସୀମାନ୍ତରେ ପଶି ଝାରସୁଗଡା କନକତୋରା ଗାଁର ଭାଗଚାଷୀ ମନୋଜ ମେହେର ଓ ତାଙ୍କ ଜମିରୁ ଅମଳ ଧାନକୁ ନେଇଯାଇଥିଲା ଛତିଶଗଡ ପୁଲିସ । ତାଙ୍କୁ ନେଇ ଜୋଟିମିଲ ଥାନାରେ ରଖିଥିଲେ । ପରେ ମନୋଜ ମେହେରକୁ ଛାଡିଦେଇଥିଲେ ବି ନେଇଥିବା ୩୮ ବସ୍ତା ଧାନ ଫେରାଇନଥିଲେ । ଫଳରେ ଛତିଶଗଡ଼ ପୁଲିସ ଦାଦାଗିରି ପ୍ରତିବାଦରେ ଗତକାଲି ସୀମାନ୍ତ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ ।

ସନ୍ଧ୍ୟାରେ ଝାରସୁଗୁଡା ଜିଲ୍ଲାପାଳ ନିର୍ଦ୍ଦେଶରେ ଉପଜିଲ୍ଳାପାଳ ଓ ଅତିରିକ୍ତ ଏସପି ଆନ୍ଦୋଳନକାରୀଙ୍କ ନିକଟକୁ ଯାଇ ପଦକ୍ଷେପ ନେବାକୁ କହିଥିଲେ ।  ଏହାପରେ ଝାରସୁଗୁଡା ଜିଲ୍ଲାପାଳ ଛତିଶଗଡ ରାୟଗଡା ଜିଲ୍ଳାର ଜିଲ୍ଳାପାଳ ଓ ଏସପିଙ୍କ ସହ ଫୋନରେ କଥାହୋଇଥିଲେ । ରାୟଗଡା ଏକତଲା ସରପଂଚଙ୍କ ଏକ ପ୍ରତିନିଧି ଦଳ ଜିଲ୍ଳାପାଳଙ୍କୁ ଭେଟି ଜୋଟିମିଲ ଥାନା ଆଇଆଇସିଙ୍କ ରାୟଗଡା କୋର୍ଟକୁ ଯାଇ କୋର୍ଟରେ ଲିଖିତ  ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ୩୮ ବସ୍ତା ଧାନ ଗାଡି ଓ ମନୋଜ ମେହେରଙ୍କୁ ସୀମାନ୍ତରେ ଆଣି ହସ୍ତାନାର କରିଛି ପୁଲିସ ।