କନକ ବ୍ୟୁରୋ: ଛତିଶଗଡ ପୁଲିସ ଫେରାଇଲା ଓଡିଶା ଧାନ । ଓଡିଶା ସୀମାନ୍ତରେ ପଶି ଝାରସୁଗଡା କନକତୋରା ଗାଁର ଭାଗଚାଷୀ ମନୋଜ ମେହେର ଓ ତାଙ୍କ ଜମିରୁ ଅମଳ ଧାନକୁ ନେଇଯାଇଥିଲା ଛତିଶଗଡ ପୁଲିସ । ତାଙ୍କୁ ନେଇ ଜୋଟିମିଲ ଥାନାରେ ରଖିଥିଲେ । ପରେ ମନୋଜ ମେହେରକୁ ଛାଡିଦେଇଥିଲେ ବି ନେଇଥିବା ୩୮ ବସ୍ତା ଧାନ ଫେରାଇନଥିଲେ । ଫଳରେ ଛତିଶଗଡ଼ ପୁଲିସ ଦାଦାଗିରି ପ୍ରତିବାଦରେ ଗତକାଲି ସୀମାନ୍ତ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ ।
ସନ୍ଧ୍ୟାରେ ଝାରସୁଗୁଡା ଜିଲ୍ଲାପାଳ ନିର୍ଦ୍ଦେଶରେ ଉପଜିଲ୍ଳାପାଳ ଓ ଅତିରିକ୍ତ ଏସପି ଆନ୍ଦୋଳନକାରୀଙ୍କ ନିକଟକୁ ଯାଇ ପଦକ୍ଷେପ ନେବାକୁ କହିଥିଲେ । ଏହାପରେ ଝାରସୁଗୁଡା ଜିଲ୍ଲାପାଳ ଛତିଶଗଡ ରାୟଗଡା ଜିଲ୍ଳାର ଜିଲ୍ଳାପାଳ ଓ ଏସପିଙ୍କ ସହ ଫୋନରେ କଥାହୋଇଥିଲେ । ରାୟଗଡା ଏକତଲା ସରପଂଚଙ୍କ ଏକ ପ୍ରତିନିଧି ଦଳ ଜିଲ୍ଳାପାଳଙ୍କୁ ଭେଟି ଜୋଟିମିଲ ଥାନା ଆଇଆଇସିଙ୍କ ରାୟଗଡା କୋର୍ଟକୁ ଯାଇ କୋର୍ଟରେ ଲିଖିତ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ୩୮ ବସ୍ତା ଧାନ ଗାଡି ଓ ମନୋଜ ମେହେରଙ୍କୁ ସୀମାନ୍ତରେ ଆଣି ହସ୍ତାନାର କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/chatisgarh.jpg)
/kanak/media/post_attachments/wp-content/uploads/2019/12/Screen-Shot-2019-12-12-at-1.34.19-PM.png)