ତୈଳ ଉପରୁ ଭ୍ୟାଟ କମାଇଲେ ଛତିଶଗଡ ସରକାର: କ୍ୟାବିନେଟ ବୈଠକରେ ହେଲା ନିଷ୍ପତ୍ତି

472

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପରେ ଛତିଶଗଡବାସୀଙ୍କୁ ପୁଣିଥରେ ଖୁସି କରିଛନ୍ତି ରାଜ୍ୟ ସରକାର । ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ହ୍ରାସ କରିବାକୁ ହୋଇଛି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି । ରାଜ୍ୟ ସରକାର ପେଟ୍ରୋଲ ଉପରୁ ୧% ଓ ଡିଜେଲ ଉପରୁ ୨% ଭ୍ୟାଟ ହ୍ରାସ କରିଛନ୍ତି । ଏହା ଦ୍ୱାରା ରାଜ୍ୟ ସରକାର ବର୍ଷକୁ ପାଖାପାଖି ୧ହଜାର କୋଟି କ୍ଷତି ସହିବେ ।

ଏହା ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଅନେକ ଥର ଦାବି କରିଥିଲେ କି ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ତାଙ୍କ ରାଜ୍ୟରେ ତୈଳଦର ହ୍ରାସ ପାଇବ । ଆଜି ଏହାକୁ ସଫଳ କରିଛନ୍ତି ଭୂପେଶ ବାଘେଲ । ସୂଚନା ମୁତାବକ, ପୂର୍ବରୁ କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି କମାଇବା ପରେ ରାଜ୍ୟ ସରକାର ଭ୍ୟାଟ ହ୍ରାସ କରିବାକୁ ଦାବି ହୋଇଆସୁଥିଲା । ମୋଦୀ ସରକାର ଦିୱାଲି ସମୟରେ ପେଟ୍ରୋଲ ଉପରୁ ୫ ଟଙ୍କା ଏକସାଇଜ୍ ଡ୍ୟୁଟି କମାଇଥିବାବେଳେ ଡିଜେଲ ଉପରୁ ୧୦ ଟଙ୍କା ଏକସାଇଜ୍ ଡ୍ୟୁଟି କମାଇଥିଲେ । ଏହାସହ ଆଜି ରାଜ୍ୟରେ ପେଟ୍ରାଲ ଦର ୧୦୧ ଟଙ୍କା ୮୮ ପଇସାରେ ପହଞ୍ଚଛି ।