କନକ ବ୍ୟୁରୋ : ଛତିଶଗଡ ସୀମାରୁ ମିଳିଲା ୧କୋଟିରୁ ଅଧିକ ଟଙ୍କା । ଲକଡାଉନ୍ ପାଇଁ ଛତିଶଗଡ ସୀମା ସିଲ୍ କରାଯାଇଥିଲା । ବାହାର ରାଜ୍ୟର ଗାଡି ଚେକିଂ ଜୋରସୋରରେ ହେଉଥିଲା । ସୀମାର ସିଙ୍ଗଡା ଥାନା ଅନ୍ତର୍ଗତ ରେହଡିଖୋଲରେ ଚେକିଂ ପଏଂଟ କରାଯାଇଥିଲା । ଆଜି ପୋଲିସର ଯାଂଚ ବେଳେ ବରଗଡର ଦୁଇ ଜଣ ଯୁବକ କାରରେ ଯାଉଥିଲେ । ସେମାନଙ୍କୁ ସନ୍ଦେହ କରି ଚେକିଂ ବେଳେ ଯାହା ସାମ୍ନାକୁ ଆସିଥିଲା ତାହା ଅଶ୍ଚର୍ଯ୍ୟ କରିବା ଭଳି ଥିଲା ।
ଗାଡିର ଡିକିରେ ୧କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଡିକିରେ ୨ହଜାର, ୫ଶହ ଓ ୨ ଶହ ଟଙ୍କିଆ ନୋଟ୍ ଥିଲା । ଗାଡିର ଡ୍ରାଇଭର ହେଲେ ସୁନ୍ଦର ସୋନା ଓ ଆଉ ଜଣେ ପ୍ରତୀକ ଛାପଡିଆ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଟଙ୍କା ବରଗଡରୁ ଛତିଶଗଡକୁ ଯାଉଥିଲା । ଟଙ୍କା ଜବତ କରିବା ପରେ ଆୟକର ବିଭାଗକୁ ହସ୍ତଗତ କରାଯାଇଛି । ସେମାନଙ୍କ ଠାରୁ ଲକର ରୁମ୍ ଚାବି ମିଳିଛି । ସ୍ପଷ୍ଟ ଉତ୍ତର ନମିଳିବାରୁ ପୋଲିସ ଉଭୟଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/vlcsnap-2020-06-11-07h12m11s444.png)