ଭଉଣୀଙ୍କ ଆହ୍ୱାନ କ୍ରମେ ଲାଲ ସଂଗଠନ ଛାଡିଲେ କ୍ୟାଡର ମାଓବାଦୀ: ଦୀର୍ଘ ୧୩ ବର୍ଷ ପରେ ପୁଲିସ ଉପସ୍ଥିତିରେ ମାଓବାଦୀ ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ

ଛତିଶଗଡ ଦାନ୍ତେୱାଡାରୁ ଆସିଛି ଏମିିତି ଖବର

130

କନକ ବ୍ୟୁରୋ: ସଂପର୍କ ଯୋଡିଲା ରକ୍ଷା ବନ୍ଧନ । ବର୍ଷ ବର୍ଷର ଅପେକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ । ତା ପୁଣି ପୁଲିସ ଉପସ୍ଥିତିରେ ଆତ୍ମସମର୍ପଣ କ୍ୟାମ୍ପରେ । ଭଉଣୀଙ୍କ ଆହ୍ୱାନ କ୍ରମେ ଲାଲ ସଂଗଠନ ଛାଡି ପୁଲିସ ପାଖରେ ଆତ୍ମସମର୍ପଣ କରିଛି କ୍ୟାଡର ମାଓବାଦୀ । ଏବଂ ଦୀର୍ଘ ୧୩ ବର୍ଷ ପରେ ପୁଲିସ ଉପସ୍ଥିତିରେ ମାଓବାଦୀ ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ । ଛତିଶଗଡ ଦାନ୍ତେୱାଡାରୁ ଆସିଛି ଏମିିତି ଏକ ଖବର ।