ନକ୍ସଲଙ୍କ ବର୍ବର କାଣ୍ଡ । ନକ୍ସଲ ଗୁଳିକରି ୨ ଯବାନ ସହିଦ, ଲୁଟିନେଲେ ବନ୍ଧୁକ

456

କନକ ବ୍ୟୁରୋ : ଛତିଶଗଡ ନାରାୟଣପୁରରେ ନକ୍ସଲମାନଙ୍କ ଆକ୍ରମଣରେ ଆଇଟିବିପିର ୨ ଯବାନ ସହିଦ ହୋଇଛନ୍ତି । ନକ୍ସଲମାନେ କଡେମେଟା କ୍ୟାମ୍ପରୁ ୬୦୦ ମିଟର ଦୂରରେ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ନକ୍ସଲମାନେ ଯବାନମାନଙ୍କ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜାକେଟ ନେଇ ଫେରାର୍ ହୋଇଯାଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ ସୂଚନା ମୁତାବକ ମୃତ ଯବାନମାନେ ଆଇଟିବିପି ୪୫ ବାଟାଲିୟନର ।

କହିରଖୁକି, ୪ ଦିନ ପୂର୍ବରୁ ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀମାନେ ୩ ଜଣ ନକ୍ସଲଙ୍କୁ ଗିରଫ୍ କରିଥିଲେ । କୁହାଯାଉଛି କି ଏହି ଗିରଫର ପ୍ରତିଶୋଧ ସ୍ୱରୂପ ନକ୍ସଲମାନେ ଏଭଳି କାଣ୍ଡ କରିଛନ୍ତି ।

ଏନେଇ ପୋଲିସ ଅଧିକାରୀ କହିଛନ୍ତି କି ରବିବାର ଦିନ କୁଆକୁଣ୍ଡା ଥାନାର ପୋଲିସ ଟିମକୁ ବେଡେଗୁଡରା ଓ ଏଟେପାଲ ଗାଁକୁ ସର୍ଚ୍ଚ ଅପରେଶନ ପାଇଁ ପଠାଯାଇଥିଲା । ଯେତେବେଳେ ପୋଲିସ ଟିମ ଏଟେପାଲ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚଳାଇଥିଲେ ସେତେବେଳେ ୩ ଜଣ ସନ୍ଦିଗ୍ଧ ପୋଲିସକୁ ଦେଖି ଦୌଡିବା ଆରମ୍ଭ କରିଥିଲେ । ପୋଲିସ ଟିମ ସେମାନଙ୍କୁ ଘେରି ଯାଇ ଧରିଥିଲେ । ପୋଲିସ ଯେତେବେଳେ ସେମାନଙ୍କ ପରିଚୟ ମାଗିଥିଲା ସେତେବେଳେ ସେମାନେ ଜଣଙ୍କ ନାମ ହୁଙ୍ଗା କରଟାମ, ଆୟତ ମାଣ୍ଡବୀ ଓ ପୁଜ୍ଜା ଓରଫ ଲାଠି କରଟାମ ବୋଲି କହିଥିଲେ । ସେମାନଙ୍କୁ ପୋଲିସ ଗିରଫ କରିବା ପରେ ପ୍ରତିଶୋଧ ନେବାକୁ ନକ୍ସଲମାନେ ଏଭଳି କରିଥିବା ଅନୁମାନ କରାଯାଉଛି ।