ନକ୍ସଲଙ୍କ କ୍ୟାମ୍ପରୁ ଆସିଲା ଯବାନଙ୍କ ଫଟୋ : କୋବ୍ରା ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ; ସୁରକ୍ଷିତ ଅଛନ୍ତି ରାକେଶ୍ୱର ସିଂ ମନହାସ

763

କନକ ବ୍ୟୁରୋ : ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କ ଆସିଲା ଫଟୋ । ଛତିଶଗଡ ବିଜାପୁରରେ ମାଓବାଦୀଙ୍କ କବଜାରେ ଥିବା କୋବ୍ରା ବାହିନୀର ଯବାନ ରାକେଶୋର ସିଂ ମନହସଙ୍କ ଫଟୋ ପ୍ରଥମ ଥର ପାଇଁ ହସ୍ତଗତ ହୋଇଛି । ଫଟୋରୁ ଜଣାପଡ଼ୁଛି ମାଓବାଦୀଙ୍କ କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି ଯବାନ । ତେବେ ତାଙ୍କୁ ସୁରକ୍ଷିତ ଫେରାଇବା ଲାଗି ମଧ୍ୟସ୍ଥିଙ୍କ ତାଲିକା ପଠାଇବାକୁ ସନ୍ଦେଶ ଦେଇଛନ୍ତି ମାଓାବଦୀ ।

ଏଥିସହ ୩ ତାରିଖରେ ଯବାନଙ୍କଠାରୁ ଲୁଟିଥିବା ଅସ୍ତ୍ରଶସ୍ତ୍ରର ଫଟୋ ମଧ୍ୟ ଜାରି କରିଥିଲା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି । ଏକେ -୪୭, ଏଲଏମଜି, ୟୁବିଜିଏଲ, ଗ୍ରେନେଡ ଲଂଚର ସହ ୨ ହଜାର ଗୁଳି ଲୁଟିଥିବା ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଯବାନଙ୍କ ଗୁଳିମାଡରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରେସ ରିଲିଜ ଜାରି କରିଛି ନକ୍ସଲ ସଂଗଠନ । ବିଜାପୁର ଜୋନାଗୁଡା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆର୍ପିଏଫ୍ ଯବାନ ରାକେଶୋର ସିଂ ମନହସଙ୍କ ପତା ମିଳିନଥିଲା ।

ତେବେ ସେ ମାଓବାଦୀଙ୍କ କବଜାରେ ଥିବା ସାମ୍ବାଦିକଙ୍କୁ ଫୋନକରି ସୂଚନା ଦେଇଥିଲା ନକ୍ସଲ ସଂଗଠନ । ଛତିଶଗଡ ବିଜାପୁରର ସାମ୍ବାଦିକ ଗଣେଶ ମିଶ୍ରଙ୍କୁ ଫୋନ କରି ଯବାନଙ୍କ ଦେହରେ ଗୁଳି ବାଜିଥିବା ଓ ତାଙ୍କର ଚିକିତ୍ସା କରାଯାଇଥିବା କହିଥିଲେ ମାଓବାଦୀ ।