ବାପ ଛେଉଁଣ୍ଡ ହୋଇଗଲେ ସହିଦ୍ ଯବାନଙ୍କ କୁନି କୁନି ପିଲା । ଚୁରମାର ହୋଇଗଲା ସୁନାର ସଂସାର

276

କନକ ବ୍ୟୁରୋ : ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ମାଟି ମାଆ ପାଇଁ ଲଢି ସହିଦ୍ ହୋଇଗଲେ ଯବାନ । ବାପ ଛେଉଁଣ୍ଡ ହୋଇଗଲେ ତାଙ୍କର କୁନି କୁନି ପିଲା । ପୁଅକୁ ହରାଇଲେ ବାପା ମାଆ, ଏକୁଟିଆ ହୋଇଗଲା ଭାଇ । ଚୁରମାର ହୋଇଗଲା ସୁନାର ସଂସାର ।
ଉତ୍ତରପ୍ରଦେଶ ଚନ୍ଦୋଲିର ଧର୍ମଦେବ୍ କୁମାର । ସିଆରପିଏଫ୍ କୋର୍ବା ବାଟେଲିୟନରେ ନିୟୋଜିତ ଥିଲେ । ଧର୍ମଦେବଙ୍କ ଦୁଇଟି ଝିଅ ଅଛନ୍ତି । ଜଣେ ୮ବର୍ଷର ହୋଇଥିବା ବେଳେ ସାନ ଝିଅକୁ ମାତ୍ର ୨ବର୍ଷ ବୟସ ହୋଇଛି । ପତ୍ନୀ ମିରା ଦେବୀ ଗର୍ଭବତୀ ଅଛନ୍ତି । ଆଉ ଏହି ସମୟରେ ସ୍ତ୍ରୀ ଏବଂ ପିଲାଙ୍କୁ ଛାଡି ଧର୍ମଦେବ ଆରପାରିକୁ ଚାଲିଯାଇଛନ୍ତି । ଆଉ ପରିବାର ଲୋକଙ୍କୁ ଦେଇଯାଇଛନ୍ତି ଅଶୁମାରୀ ଦୁଃଖ । ଧର୍ମଦେବଙ୍କ ବ୍ୟତିତ ତାଙ୍କର ଆଉ ଦୁଇ ଭାଇ ମଧ୍ୟ ଅଛନ୍ତି । ୨୦୧୩ରେ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ସିଆରପିଏଫରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ବି ପୋଷ୍ଟି ଛତିଶଗଡରେ ହୋଇଛି । ଧର୍ମଦେବଙ୍କ ସବା ସାନ ଭାଇ ଆନନ୍ଦ କୁମାର ବାପା ମାଆଙ୍କ ସହ ଗାଁରେ ରହୁଛନ୍ତି । ତେବେ ଧର୍ମଦେବଙ୍କ ସହିଦ୍ ହେବା ଘଟଣା ପୂରା ପରିବାରକୁ ଦୋହାଲାଇ ଦେଇଥିବା ବେଳେ । ଗାଁ ଲୋକଙ୍କୁ ମଧ୍ୟ ଦୁଃଖ ଦେଇଛି ।
ଧର୍ମଦେବଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଉତ୍ତରପ୍ରଦେଶ ସରକାର ସହାୟତ ରାଶି ଘୋଷଣା କରିଛନ୍ତି । ପରିବାରଙ୍କୁ ୫୦ଲକ୍ଷ ଟଙ୍କା ସହ ଜଣଙ୍କୁ ଚାକିରି ଦିଆଯିବ ବୋଲି ୟୁପି ସରକାର ପ୍ରତିଶୃତି ଦେଇଛନ୍ତି