୫ ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ଅପହୃତ ଇଞ୍ଜିନିୟର : ଅଶୋକ ପାୱାରଙ୍କ ମୁକ୍ତି ନେଇ ସୂଚନା ଦେଲେ ବିଜାପୁର ଏସପି

Advertisment
୫ ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ଅପହୃତ ଇଞ୍ଜିନିୟର : ଅଶୋକ ପାୱାରଙ୍କ ମୁକ୍ତି ନେଇ ସୂଚନା ଦେଲେ ବିଜାପୁର ଏସପି

କନକ ବ୍ୟୁରୋ : ପାଂଚ ଦିନ ପରେ ଅପହୃତ ଇଂଜିନିୟରଙ୍କୁ ମୁକ୍ତ କଲେ ମାଓବାଦୀ । ଇଞ୍ଜିନିୟର ଅଶୋକ ପୱାରଙ୍କୁ ମାଓବାଦୀ ମୁକ୍ତ କରିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି । ଛତିଶଗଡ଼ ବିଜାପୁର ବେଦରେ ଅଂଚଳରୁ ତାଙ୍କୁ ମାଓବାଦୀ ଅପହରଣ କରିନେଇଥିଲେ ।

ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାମ ତଦରଖ କରିବାକୁ ଯାଇଥିଲା ବେଳେ ଇଞ୍ଜିନିୟର ଅଶୋକ ପୱାର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ ମାଓବାଦୀ । ଏହାପରେ ଖାଲି ପାଦରେ ପିଲାକୁ କୋଳରେ ଧରି ଇଞ୍ଜିନିୟର ଅଶୋକଙ୍କୁ ଖୋଜିବାରେ ଲାଗିଥିଲେ ତାଙ୍କ ପତ୍ନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe