କନକ ବ୍ୟୁରୋ : ପାଂଚ ଦିନ ପରେ ଅପହୃତ ଇଂଜିନିୟରଙ୍କୁ ମୁକ୍ତ କଲେ ମାଓବାଦୀ । ଇଞ୍ଜିନିୟର ଅଶୋକ ପୱାରଙ୍କୁ ମାଓବାଦୀ ମୁକ୍ତ କରିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି । ଛତିଶଗଡ଼ ବିଜାପୁର ବେଦରେ ଅଂଚଳରୁ ତାଙ୍କୁ ମାଓବାଦୀ ଅପହରଣ କରିନେଇଥିଲେ ।
ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାମ ତଦରଖ କରିବାକୁ ଯାଇଥିଲା ବେଳେ ଇଞ୍ଜିନିୟର ଅଶୋକ ପୱାର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ ମାଓବାଦୀ । ଏହାପରେ ଖାଲି ପାଦରେ ପିଲାକୁ କୋଳରେ ଧରି ଇଞ୍ଜିନିୟର ଅଶୋକଙ୍କୁ ଖୋଜିବାରେ ଲାଗିଥିଲେ ତାଙ୍କ ପତ୍ନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/2afd88d6-8e97-11ec-9d3b-e33eb0ff92ef_1644954883952.jpg)