ଭୋଟ ସାରି ଫେରୁଥିବା ବେଳେ ପୋଲିଂ ପାର୍ଟି ଉପରେ ମାଓବାଦୀଙ୍କ ଆକ୍ରମଣ ! ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ।

Advertisment
ଭୋଟ ସାରି ଫେରୁଥିବା ବେଳେ ପୋଲିଂ ପାର୍ଟି ଉପରେ ମାଓବାଦୀଙ୍କ ଆକ୍ରମଣ ! ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ।

www.dailymail.co.uk

ମାଓବାଦୀଙ୍କ ଧମକ ସତ୍ୱେ ଛତିଶଗଡର ଅତି ମାଓ ପ୍ରବଣ ଅଂଚଳରେ ଲୋକେ ଅତି ଉତ୍ସାହର ସହ ମତଦାନ କରିଛନ୍ତି । ସୁକମା ଜିଲ୍ଲାର ଅତି ସମ୍ବେଦନଶୀଳ କେନ୍ଦ୍ର ଗୁଡ଼ିକରେ ମତଦାତା ଭୋଟ ଦେବାକୁ ଆସିଥିବା ବେଳେ ହିଂସାକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତଳନାରରୁ ଭୋଟ ଦାନ ସାରି ଫେରୁଥିବା ବେଳେ ମାଓବାଦୀମାନେ ପୋଲିଂ ଟିମ୍ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ। ଫଳରେ ପୋଲିଂ ଟିମକୁ ସୁରକ୍ଷା ଦେବାକୁ ଯାଇ ସୁରକ୍ଷାକର୍ମୀ ମାଓବାଦୀଙ୍କ ଗୁଳିର ପାଲଟା ଜବାବ ଦେଇଥିଲେ। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏକ ଘଣ୍ଟାକାଳ ଗୁଳି ବିନିମୟ ଚାଲିଥିଲା। ଏଥିରେ ଦୁଇଜଣ ମାଓବାଦୀ ନିହତ ହୋଇଥିବା ସୁକମା ଏସପି ଅଭିଷେକ ସିହ୍ନା ସୂଚନା ଦେଇଛନ୍ତି। ଏବେ ମୃତ ମାଓବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ରିପୋର୍ଟ ଲେଖାହେଲା ପର୍ୟ୍ୟନ୍ତ ଦୁଇ ମାଓବାଦୀଙ୍କ ପରିଚୟ ମିଳି ପାରି ନଥିଲା। ଘଟଣାସ୍ଥଳରୁ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ସହିତ ଦୈନଦିନ ବ୍ୟବହାର୍ୟ୍ୟ ସାମଗ୍ରୀ ଜବତ ହୋଇଛି। ସମସ୍ତ ପୁଲିଂ ଟିମ୍ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe