ଧାନ ଜଗିବା ନାଁରେ ଛତିଶଗଡର ଅନୁପ୍ରବେଶ ଘଟଣା: ମାପଚୁପ ପରେ ନବରଙ୍ଗପୁର ସୀମାରେ ଓଡିଶା ମାଟିରୁ ହଟିଲା ଛତିଶଗଡର ଅସ୍ଥାୟୀ ତନଖି ଫାଟକ

ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତି

71

କନକ ବ୍ୟୁରୋ: ଧାନ ଜଗିବା ନାମରେ ଛତିଶଗଡ଼ର ଅନୁପ୍ରବେଶ ଘଟଣା । ମାପଚୁପ ପରେ ଓଡ଼ିଶା ମାଟିରୁ ହଟିଲା ଛତିଶଗଡ଼ର ଅସ୍ଥାୟୀ ତନଖି ଫାଟକ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିିଗୁଡ଼ାରେ ପଂଚାୟତ ଖପରାଡିହି ଗାଁରେ ଛତିଶଗଡ଼ ପକ୍ଷରୁ ଏକ ଅସ୍ଥାୟୀ ତନଖି ଫାଟକ କରାଯାଇଥିଲା । ଓଡ଼ିଶା ସୀମାରେ ଅନୁପ୍ରବେଶ କରି ଓଡ଼ିଶା ଧାନକୁ ଧରିବା ପାଇଁ ଛତିଶଗଡ଼ ସରକାର ପକ୍ଷରୁ ଏଭଳି କରାଯାଇଥିଲା ।

ହେଲେ ଉଭୟ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସୀମାକୁ ନେଇ ମାପଚୁପ କରାଯିବା ପରେ ଛତିଶଗଡ଼ ପ୍ରଶାସନିକ ଅଧିକାରୀ ଅସ୍ଥାୟୀ ଫାଟକକୁ ଉଠାଇ ନେବାକୁ ବାଧ୍ୟ ହୋଇଛନ୍ତି । ଓଡ଼ିଶା ସୀମା ଭିତରେ ଅନୁପ୍ରବେଶ କରି ଫାଟକ ନିର୍ମାଣ କରିବା ଘଟଣାକୁ ନେଇ ଗତ ୨ ଦିନ ହେବ ସ୍ଥାନୀୟ ଅଂଚଳରେ ତ୍ରୀବ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ଚେତିଥିଲା । ତହସିଲ ହୃଦାନନ୍ଦ ସିଂ ମାଝି ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରି ମାପ ଚୁପ କରିଥିଲେ । ଶିକୁଳି ପକାଇ ମାପ ଚୁପ କରିବା ବେଳେ ଫାଟ ହୋଇଥିବା ସ୍ଥାନଟି ଓଡ଼ିଶା ଅଂଚଳର ଏବଂ ନଦୀ ପର୍ଯ୍ୟନ୍ତ ଓଡ଼ିଶାର ସୀମାରେ ଯାଉଥିବା ଜଣାପଡ଼ିଛି ।