ମିଛ ଲୁଚେଇବା ପାଇଁ ଲୁଚା ପାଣି ଛାଡିଲା ଛତିଶଗଡ। ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ କଲମା ବ୍ୟାରେଜର ୨୦ଟି ଗେଟ୍ ଦେଇ ଛାଡିଲା ପାଣି।

ମିଛ ଲୁଚେଇବା ପାଇଁ ଲୁଚା ପାଣି ଛାଡିଲା ଛତିଶଗଡ। ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ କଲମା ବ୍ୟାରେଜର ୨୦ଟି ଗେଟ୍ ଦେଇ ଛାଡିଲା ପାଣି।

କନକ ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ଦେଖାଇଛି ଚାଲାକି । ସତ ଲୁଚାଇବା ପାଇଁ ଛତିଶଗଡ଼ର କଲମା ବ୍ୟାରେଜରୁ ୨୦ଟି ଗେଟ୍ ଖୋଲିଛି । ପୂର୍ବରୁ କଲମାର ୧୭ଟି ଗେଟ ଖୋଲିଥିବା ବେଳେ ଏବେ ଆହୁରି ୩ଟି ଗେଟ୍ ଖୋଲାଯାଇଛି । ଫଳରେ ଏବେ ୨୦ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ପାଣି ଛାଡ଼ିବା ପରେ ପୁଣିଥରେ ପଦାରେ ପଡ଼ିଯାଇଛି ଛତିଶଗଡ଼ର ସତ । କଲମା ବ୍ୟାରେଜରୁ ପାଣି ଛାଡ଼ିବା ପରେ ତଳମୁଣ୍ଡରେ ଜଳ ନିଷ୍କାସନ ପରିମାଣ ବଢ଼ିଥିବା ଦେଖିବାକୁ ମିଳିଛି । ଏମିତିକି ହୀରାକୁଦ ନଦୀବନ୍ଧକୁ ମଧ୍ୟ ଜଳପ୍ରବେଶର ପରିମାଣ ବଢ଼ିଛି । ନଜର ପକାନ୍ତୁ, ଗତ ୬ ଦିନ ଭିତରେ କେମିତି ଇନଫ୍ଲୋ ୱାଟରର ପରିମାଣ ବଢ଼ି ବଢ଼ି ଚାଲିଛି ।

୨୧.୦୪.୨୩ (ଶୁକ୍ରବାର)
ହୀରାକୁଦ ଜଳସ୍ତର ୬୧୨.୨୭ ଫୁଟ୍
ଜଳ ପ୍ରବେଶ ୧,୦୫୪ କ୍ୟୁସେକ୍

୨୨.୦୪.୨୩ (ଶନିବାର)
ହୀରାକୁଦ ଜଳସ୍ତର ୬୧୨.୦୦ ଫୁଟ୍
ଜଳ ପ୍ରବେଶ ୧,୦୫୫ କ୍ୟୁସେକ୍

୨୩.୦୪.୨୩ (ରବିବାର)
ହୀରାକୁଦ ଜଳସ୍ତର ୬୧୧.୯୩
ଜଳ ପ୍ରବେଶ ୧,୧୩୮ କ୍ୟୁସେକ୍

୨୪.୦୪.୨୩ (ସୋମବାର)
ହୀରାକୁଦ ଜଳସ୍ତର ୬୧୧.୮୯ ଫୁଟ
ଜଳ ପ୍ରବେଶ ୧,୨୯୦ କ୍ୟୁସେକ୍

୨୫.୦୪.୨୩ (ମଙ୍ଗଳବାର)
ହୀରାକୁଦ ଜଳସ୍ତର ୬୧୧.୮୩ ଫୁଟ୍
ଜଳ ପ୍ରବେଶ ୧,୪୭୨ କ୍ୟୁସେକ୍

୨୬.୦୪.୨୩ (ବୁଧବାର)
ହୀରାକୁଦ ଜଳସ୍ତର ୬୧୧.୭୫ ଫୁଟ
ଜଳ ପ୍ରବେଶ ୧, ୬୬୧ କ୍ୟୁସେକ୍

କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୨୦ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଛି । ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି । କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି । ଏଥିରେ ସର୍ବାଧିକ ୫୦ ଦଶମିକ ୩୯ କ୍ୟୁବିକ୍ ମିଲିୟନ୍ ମିଟର ଜଳ ସଂରକ୍ଷଣ ହୋଇପାରିବ ।
ସେପଟେ ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି । ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ଛତିଶଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲେ । ଆସନ୍ତା ୧୦ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଆସୁଛନ୍ତି । ଏହି ମହାନଦୀ ଟ୍ରିବ୍ୟୁନାଲ ଆସନ୍ତା ମାସରେ ଗସ୍ତ ସମୟରେ ପ୍ରଥମେ ହୀରାକୁଦ ଡେଲ୍ଟା ଅଂଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe