କନକ ବ୍ୟୁରୋ: ଛତିଶଗଡ ଷଡଯନ୍ତ୍ରର ଶିକାର ହେଲା ଓଡିଶା । ପ୍ରଥମେ ମହାନଦୀ ଏବଂ ବର୍ତ୍ତମାନ ଏହାର ପ୍ରମୁଖ ଉପନଦୀ ଇବ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଛି ଛତିଶଗଡ । ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ସଂପୂର୍ଣ୍ଣ ଭାବରେ ଇବନଦୀର ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଯାହାର ପ୍ରଭାବ ସିଧାସଳଖ ଭାବରେ ପଡିଛି ଓଡିଶାର ପ୍ରମୁଖ ଦୁଇ ଜିଲ୍ଲା ସୁନ୍ଦରଗଡ ଓ ଝାରସୁଗୁଡା ଉପରେ ।

Advertisment
  • ଏପଟେ ମରୁଭୂମି ସେପଟେ ଭରା ନଈ
  • ପାଣିକୁ ବାନ୍ଧୁଛି ପଡ଼ୋଶୀ
  • ପ୍ରକଳ୍ପ ପରେ ପ୍ରକଳ୍ପ କରୁୁଛି ଛତିଶଗଡ଼
  • ଓଡ଼ିଶା ଚାଷୀଙ୍କୁ ମିଳୁନି ପାଣୀ

ଏବେଠୁ ଶୁଖିଲା ପଡିଲାଣି ଇବନଦୀ । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ସୃଷ୍ଟି ହୋଇଛି । ଇବନଦୀରେ ବର୍ଷା ଦିନେ ଯାହା ପାଣି ଆସିଥାଏ ତାହା ଉପରେ ସୁନ୍ଦରଗଡ ଜିଲ୍ଲାର ୫ ପ୍ରମୁଖ ବ୍ଲକ, ସୁନ୍ଦରଗଡ ସହର ଏବଂ ଝାରସୁଗୁଡାବାସୀଙ୍କ ଚାଷବାସ କରିଥାନ୍ତି । ହେଲେ ଏବେ ଏହି ପାଣି କୁ ଅଟକାଇ ଦେବା ଯୋଗୁଁ ସବୁ ଠପ୍ ହୋଇଯାଇଛି ।

ଓଡ଼ିଶା ପଟକୁ ଥିବା ଇବ ନଦୀର ଶଯ୍ୟା ମରୁଭୂମି ପରି ହୋଇଥିବା ବେଳେ ସେପଟେ ଛତିଶଗଡ ପଟ ଭରି ରହିଛି ନୀଳ ଜଳରାଶିରେ । ଇବନଦୀ ଉପରମୁଣ୍ଡ ଛତିଶଗଡର ଗୁଲ୍ଲୁ ଠାରେ ହାଇଡ୍ରୋପାଓାର ପ୍ରୋଜେକ୍ଟ, ବେନେ ଠାରେ ଜଳସେଚନ ପ୍ରକଳ୍ପ ଆଉ ସୁନ୍ଦରଗଡ ସୀମାବର୍ତୀ ସମଡମା ଠାରେ ଆନିକଟ କରି ଇବନଦୀର ସଂପୂର୍ଣ୍ଣ ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଛତିଶଗଡର ଷଡଯନ୍ତ୍ରର ଶିକାର ହେବା ପରେ ସୁନ୍ଦରଗଡ ଠାରେ ଇବନଦୀର, ଯେତେ ଦୂର ନଜର ଯିବ କେବଳ ବାଲି , ବାଲି ହିଁ ଦେଖାଯାଉଛି । ଫେବୃୟାରୀ ଶେଷରୁ ମରୁଭୂମିର ଭ୍ରମ ସୃଷ୍ଟି କଲାଣି ଇବନଦୀ । ଏପଟେ ଓଡ଼ିଶା ପଟେ ଇବନଦୀରେ ପାଣି ଦେଖିବା ସ୍ୱପ୍ନ ହୋଇଗଲାଣି । ପାଣି ପାଇଁ ଡହଳ ବିକଳ ହୋଇଗଲେଣି ଲୋକ । ଫେବୃୟାରୀ ରୁ ଯଦି ଏହି ସ୍ଥିତି ତାହା ହେଲେ ବର୍ଷା ପାଇଁ ଆହୁରି ୪ମାସ ବାକି ରହିଛି । ଆଉ ଏହି ୪ମାସ ରେ କଣ ହେବ ସ୍ଥିତି ତାହା ଆପଣ ଅନୁମାନ କରି ପାରୁଥିବେ ।

  • ପ୍ରଶ୍ନ ଉଠୁଛି... ଇବନଦୀର ପାଣି ଉପରେ କ’ଣ କେବଳ ଛତିଶଗଡର ଅଧିକାର ଅଛି କି ?
  • ଛତିଶଗଡ ଦାଦାଗିରିକୁ ଦେଖି କାହିଁକି ଚୁପ୍ ଓଡିଶା ସରକାର?
  • ଛତିଶଗଡ ଇବନଦୀ ଉପରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରୁଥିବା ବେଳେ କେମିତି
  • ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ପାଖରେ ରହୁନାହିଁ ସୂଚନା ?
  • ଛତିଶଗଡର ପାଇଁ ମରୁଭୂମି ପାଲଟିଯିବ କି ଓଡିଶାର ଦୁଇ ପ୍ରମୁଖ ଜିଲ୍ଲା ସୁନ୍ଦରଗଡ ଏବଂ ଝାରସୁଗୁଡା