କନକ ବ୍ୟୁରୋ: ଭାରତର ଗୁଇନ୍ଦା ଏଜେନ୍ସି ର’କୁ ମିଳିବାକୁ ଯାଉଛି ନୂଆ ମୁଖ୍ୟ । ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି । ତେବେ ବର୍ତ୍ତମାନ ର’ର ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି । ଯାହା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା ଏହା ଦାୟିତ୍ୱ ସମ୍ଭାଳିବେ ।

Advertisment

ରବି ସିହ୍ନା ବର୍ତ୍ତମାନ ସମୟରେ କ୍ୟାବିନେଟ୍ ସଚିବାଳୟର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଉ କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କର ଏହି ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଦେଇଛି । ତେବେ ୧୯୮୮ ମସିହା ଛତିଶଗଡ କ୍ୟାଡରର ଆଇପିଏସ୍ ଅଫିସର ହେଉଛନ୍ତି ରବି ସିହ୍ନା ।

ବର୍ତ୍ତମାନ ର’ ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଭଲ ଥିଲା । ସେ ପଞ୍ଜାବ କ୍ୟାଡରର ଆଇପିଏସ୍ ଅଫିସର ଥିଲେ । ସାମନ୍ତ ଗୋୟଲଙ୍କ ସମୟରେ ହିଁ ଭାରତର ଅନେକ ଉପଲବ୍ଧି ହାସଲ କରିପାରିଥିଲା । ତାଙ୍କରି ସମୟରେ ହିଁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍, କାଶ୍ମୀରରୁ ୩୭୦ ଉଚ୍ଛେଦ କରାଯାଇଥିଲା ।