କନକ ବ୍ୟୁରୋ : ଲଖମୀପୁର ପରେ ଗତକାଲି ଛତିଶଗଡ ଜଶପୁର ନିକଟରେ ଗାଡି ମଡାଇ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାରେ ରହିଛି । ଏହି ଘଟଣାର ଭିଡିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି ଦୁର୍ଗା ମୂର୍ତ୍ତି ବିଷର୍ଜନ କରିବାକୁ ଯାଉଥିବା କିଛି ଲୋକଙ୍କ ଉପରେ ପଛରୁ ଏକ କାର ଦ୍ରୁତ ଗତିରେ ଆସି ମାଡି ଯାଇଛି । ଏଭଳି ଘଟଣାରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ଏହି ଘଟଣାର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗତକାଲି ଦୁଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଏହାସହ ଆଜି ମୃତକ ଗୌରବ ଅଗ୍ରୱାଲଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।
जशपुर के पत्थलगांव में सड़क हादसे में मृतक स्व श्री गौरव अग्रवाल जी के परिजनों को 50 लाख रुपए सहयोग राशि प्रदान की जाएगी।
दोनों आरोपी कल ही गिरफ्तार हो गए थे।
पुलिस प्रशासन ने टी आई को लाइन अटैच, एसआई को निलंबित कर दिया है।
घायलों के शीघ्र स्वास्थ्य लाभ की प्रार्थना करता हूँ।
— Bhupesh Baghel (@bhupeshbaghel) October 16, 2021
ଅନ୍ୟପଟେ ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ୍ ହୋଇଥିବା ୨ ଅଭିଯୁକ୍ତ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି । ସ୍ଥାନୀୟ ଲୋକମାନେ କହିଛନ୍ତି ଯେଉଁ ଗାଡି ଲୋକଙ୍କ ଉପରେ ମାଡିଗଲା ତା ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ।