ରମଣଙ୍କ ଜ୍ୱାଇଁ ବିରୋଧରେ ଠକେଇ ଅଭିଯୋଗ । ୫୦ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗରେ ପୁନୀତ ଗୁପ୍ତାଙ୍କ ନାଁରେ ମାମଲା ରୁଜୁ

135

କନକ ବ୍ୟୁରୋ: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଜ୍ୱାଇଁଙ୍କ ବିରୋଧରେ ୫୦ କୋଟି ଟଙ୍କାର ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଛି । ଗତକାଲି ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ଥାନାରେ ରୁଜୁ କରାଯାଇଛି । ପୁଲିସ ସୂଚନା ମୁତାବକ, ରମଣ ସିଂହଙ୍କ ଜ୍ୱାଇଁ ପୁନୀତ ଗୁପ୍ତାଙ୍କ ବିରୋଧରେ ୫୦ କୋଟି ଟଙ୍କାର କଥିତ ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ ରହିଛି ।

ତେବେ ମାମଲାକୁ ନେଇ ରାୟପୁରର ଅତିରିକ୍ତି ପୁଲିସ୍ ଅଧିକ୍ଷକଙ୍କ କହିବା କଥା ହେଲା, ଗୁପ୍ତାଙ୍କ ବିରୋଧରେ ଉଭୟ ଠକେଇ ଏବଂ ଟଙ୍କା ହେରଫର ଭଳି ସଙ୍ଗିନ ଅଭିଯୋଗ ରହିଛି । ଡିକେଏସ ମେଡିକାଲର ଅଧିକ୍ଷକ କମଲ କିଶୋର ସହାରେଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି । କମଲଙ୍କ ଅଭିଯୋଗ ଅନୁସାରେ, ଗୁପ୍ତା ନିଜର କାର୍ଯ୍ୟକାଳରେ ୫୦ କୋଟି ଟଙ୍କାର କଥିତ ଆର୍ଥିକ ଅନିୟମିତତା କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ୨୦୧୭ରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ମଧ୍ୟ ରମଣ ସିଂହଙ୍କ ବିରୋଧରେ ହେଲିକପ୍ଟର ଘୋଟାଲାରେ ଯାଂଚ ପାଇଁ ଦାବି କରିସାରିଛନ୍ତି । ସେ କହିଥିଲେ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବିରୋଧରେ ଯାଂଚ ପ୍ରକ୍ରିୟା ଆରମ୍ଭ କରିବା ଦରକାର । ଏପରିକି ଯୋଗୀ ପାନାମା ଦସ୍ତାବିଜ ମାମଲାରେ ବି କଥିତ ଭାବରେ ରମଣ ସିଂହଙ୍କ ପୁଅ ନେବାକୁ ବାରମ୍ବାର ଦାବି କରିଥିଲେ । ଯଦି ତଦନ୍ତ ନହୁଏ ତେବେ ସେ ଅନସନରେ ବସିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।