ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ନକ୍ସଲ ଗୁଳିରେ ସହିଦ ହେଲେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ

ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ନକ୍ସଲ ଗୁଳିରେ ସହିଦ ହେଲେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ

symbolic image

କନକ ବ୍ୟୁରୋ : ଛତିଶଗଡରେ ପୁଣି ଆକ୍ଟିଭ ହୋଇଛି ନକ୍ସଲ ସଂଗଠନ । ରାଜ୍ୟର ନକ୍ସଲ ପ୍ରବଣ ଇଲାକା ବିଜାପୁର ଠାରେ ଆଜି ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ସିଆରପିଏଫର ଜଣେ ଯବାନ ବି ଗୁରୁତର ହୋଇଥିବା ସୂଚନା ମିଳିଛି । ଖବର ଲେଖାହେବା ପର୍ଯ୍ୟନ୍ତ ଉଭୟ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ଜଣାପଡିଛି । ଏହି ଗୁଳିବିନିମୟ ଛତିଶଗଡ ବିଜାପୁର ଜିଲ୍ଲାର ତିମ୍ମାପୁର ପୁତକେଲ ଜଙ୍ଗଲରେ ଚାଲିଛି । ଏହି ସଂଘର୍ଷରେ ପ୍ରାଣ ହରାଇଥିବା ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ହେଉଛନ୍ତି ୧୬୮ ବାଟାଲିୟନର ଏସବି ତିର୍କୀ ଓ ତାଙ୍କ ଘର ଝାରଖଣ୍ଡର ବୋଲି ଜଣାପଡିଛି ।

କହିରଖୁ କି ପୂର୍ବ ମାସ ବି ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିଲା । ହେଲେ ଛତିଶଗଡରେ ଦିନକୁ ଦିନ ନକ୍ସଲ ଆତଙ୍କ ବଢିବାରେ ଲାଗିଛି । କୁହାଯାଉଛି କି ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମଧ୍ୟରେ ସଠିକ ତାଳମେଳ ନରହିବାରୁ ନକ୍ସଲ ମାନଙ୍କର ଉପଦ୍ରବ ବଢିବାରେ ଲାଗିଛି ।

ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ମୁତାବକ ଗତବର୍ଷ ସବୁଠାରୁ ଅଧିକ ୨୫୫ ଟି ନକ୍ସଲ ହିଂସା ଛତିଶଗଡରେ ଘଟିଛି । ଏହି କ୍ରମରେ ୧୦୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିଭଳି ପୂର୍ବବର୍ଷ ଝାଡଖଣ୍ଡରେ ୧୩୦ ଟି ନକ୍ସଲ ହିଂସା ଘଟିଛି । ଯେଉଁଥିରେ ୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ପୂର୍ବବର୍ଷ ଦେଶରେ ମୋଟ ୫୦୯ ଟି ନକ୍ସଲ ହିଂସା ଘଟିଛି ଏଥିରେ ମୋଟ ୧୪୭ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ୨୦୨୦ ତୁଳନାରେ ସାମାନ୍ୟ କମ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe