କନକ ବ୍ୟୁରୋ: ଛତିଶଗଡ ଛାତିରେ କିଏ ଉଡାଇବ ବିଜୟ ବାନା ? କାହାର ହେବ ଛତିଶ ’ଗଡ’? ଏ ଚର୍ଚ୍ଚା ଆଲୋଚନା ଭିତରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ଏହି ଟ୍ରେଣ୍ଡ ଦେଖି ଛତିଶଗଡ ନେତାଙ୍କ ଛାତିରେ ଛନକା ପଶିଛି । କାରଣ ଛତିଶଗଡରେ ବିଜେପି- କଂଗ୍ରେସ ମଧ୍ୟରେ କଣ୍ଟେ କା ଟକ୍କର ଚାଲିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଯଦିଓ କଂଗ୍ରେସ ଆଗେଇ ଚାଲିଥିଲା ମାତ୍ର ପରେ ଏହି ସଂଖ୍ୟାରେ ପରିର୍ତ୍ତନ ଆସିଛି । ମୋଟ୍ ୯୦ଟି ଆସନ ପାଇଁ ଲଢେଇ ଜାରି ରହିଥିବା ବେଳେ ଗଣତିରେ ଏବେ ବିଜେପି ଆଗରେ ରହିଛି । ଦିନ ୧୧ଟା ସୁଦ୍ଧା ବିଜେପି ୪୧ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୩୬ଟି ଆସନରେ ପଛୁଆ ଅଛି । ଯଦିଓ ଏହା ଘଡିକେ ଘୋଡା ଛୁଟିଲା ପରି ବଦଳୁଛି । କିନ୍ତୁ ଏବେ ଟ୍ରେଣ୍ଡ ଯାହା କହୁଛି ତାହା ହେଲା ବଘେଲଙ୍କ ହାତରୁ କ୍ଷମତା ଛଡାଇ ଆଣିପାରେ ବିଜେପି ?

ଏକଜିଟ୍ ପୋଲର ଆକଳନ ଅନୁସାରେ ଏଥର ଛତିଶଗଡରେ କଂଗ୍ରେସ ପୁଣି ଥରେ ଆସିପାରେ । ଭୂପେଶ ସରକାରଙ୍କ ପ୍ରତି ଲୋକଙ୍କ ବହୁମତ ଥିବାରୁ ପୁଣି ଏଥର କାକା ଛତିଶଗଡରେ ଛକା ମାରିପାରନ୍ତି । ମାତ୍ର ଏବେ ଏବେ ମିଳିଥିବା ଟ୍ରେଣ୍ଡ ଅନୁସାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ତାଙ୍କର ୭ ମନ୍ତ୍ରୀ ନିଜ ନିଜ ଆସନରେ ପଛରେ ରହିଛନ୍ତି । ତେଣୁ ଟ୍ରେଣ୍ଡ ସମ୍ପୂର୍ଣ୍ଣ ହେବା ପରେ ଚିତ୍ର ସ୍ପଷ୍ଟ ହେବ କି ଛତିଶଗଡରେ ଏଥର କାହାର ହେବ ସରକାର । କଂଗ୍ରେସ କରିବ ନା ବିଜେପି ।