୯୩ ବର୍ଷିୟ ଶେରାସିଂ ହିଡକୋଙ୍କୁ ପ୍ରଥମଥର ମିଳିଲା ମତଦାନ ଅଧିକାର । ଏପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ହୋଇନଥିଲା ସାମିଲ
କନକ ବ୍ୟୁରୋ : ଭାରତର ସମ୍ବିଧାନ ମୁତାବକ ଜଣେ ବ୍ୟକ୍ତିର ବୟସ ୧୮ ବର୍ଷ ହୋଇଗଲେ ତାଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । କେହି କେହି ଭୋଟ ଦେବାର ବୟସକୁ ୧୬ ବର୍ଷ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି । କିଛି କିଛି କ୍ଷେତ୍ରରେ ସରକାରଙ୍କ ଅବହେଳା କାରଣରୁ କୌଣସି ବ୍ୟକ୍ତି ଭୋଟର କାର୍ଡ ପାଇବାକୁ ଗୋଟିଏ କିମ୍ବା ୨ ବର୍ଷ ଡେରି ହୋଇଯାଉଛି । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ବୟସ ୯୩ ବର୍ଷ ହୋଇଯାଇଥିଲେ ବି ଚଳିତ ଛତିଶଗଡ ବିଧାନସଭା ନିିର୍ବାଚନରେ ସେ ପ୍ରଥମଥର ପାଇଁ ମତଦାନ ଅଧିକାର ବା ଭୋଟ ପରିଚୟ ପତ୍ର ପାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରେ ରହୁଥିବା ଶେରସିଂ ହିଡକୋ ୯୩ ବର୍ଷ ବୟସରେ ପ୍ରଥମଥର ପାଇଁ ମତଦାନ କରିଛନ୍ତି । ୯୩ ବର୍ଷ ବୟସ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଭୋଟ ପରିଚୟପତ୍ର ମିଳିନଥିଲା । ଏହି କାରଣରୁ ସେ ତାଙ୍କ ଜୀବନ କାଳରେ ଅନେକ ନିର୍ବାଚନ ଚାଲିଯାଇଥିଲେ ବି ସେ ଭୋଟ ଦେବାରୁ ବଞ୍ଚିତ ହେଉଥିଲେ ।
ସୂଚନା ମୁତାବକ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ମତଦାତାଙ୍କ ଭୋଟର ତାଲିକାରେ ନାମ ଯୋଡିବା ଓ ଭୁଲ ଥିଲେ ତାହାକୁ ସଂଶୋଧନ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲେ । ଏହି କ୍ରମରେ କାଙ୍କେର ଜିଲ୍ଲାର ଭୋସାକହ୍ନାରରେ ରହୁଥିବା ୯୩ ବର୍ଷିୟ ଶେରସିଂ ହିଡକୋଙ୍କ ନାମ ମତଦାତା ସୂଚୀରେ ନଥିବା ଦେଖି ସରକାରୀ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଖୋଳତାଡ କରିବାକୁ ଜଣାପଡିଥିଲା କି ଶେରସିଂଙ୍କୁ ୯୩ ବର୍ଷ ହୋଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ନାମ ଭୋଟର ତାଲିକାରେ ଯୋଡି ହୋଇନାହିଁ । ଏହାପରେ ବିଭାଗୀୟ ଅଧିକାରୀମାନେ ତାଙ୍କ ନାମକୁ ଭୋଟର ତାଲିକାରେ ଯୋଡିବା ସହ ତାଙ୍କର ଭୋଟର ଆଇକାର୍ଡ ପ୍ରସ୍ତୁତ କରିଥିଲେ ।