କନକ ବ୍ୟୁରୋ: ମହାନଦୀ ଉପରମୁଣ୍ଡରେ କଲମା ବ୍ୟାରେଜ କରି ମହାନଦୀ ପାଣିକୁ ଅଟକାଇବା ଥିବା ଛତିଶଗଡ ସରକାର, ଏବେ ମହାନଦୀ ଶାଖାନଦୀ ଉପରେ ନଜର ପକାଇଛି । କେଲୋ ନଦୀ ଉପରେ ଆନିକଟ ନିର୍ମାଣ କରୁଛି ଭୂପେଶ ବାଘେଲ ସରକାର । ଫଳରେ ଝାରସୁଗୁଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଜୀବନରେଖା କୁହାଯାଉଥିବା କେଲୋ ନଦୀ ତାର ଅସ୍ତିତ୍ୱ ହାରାଇବାକୁ ବସିଲାଣି । କେଲୋ ନଦୀ ଉପରମୁଣ୍ଡରେ ଛତିଶଗଡ ନେତନଗରଠାରେ ପ୍ରାୟ ୬ କୋଟି ଟଙ୍କାରେ ଏକ ଆନିକଟ ନିର୍ମାଣ କରିବାକୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ।
ପୂର୍ବରୁ ଏହି କେଲୋ ନଦୀ ଉପରମୁଣ୍ଡରେ ଏକ ଡ୍ୟାମ ନିର୍ମାଣ କରିସାରିଛି ଛତିଶଗଡ ସରକାର । ବର୍ତ୍ତମାନ ଚାଷ ଜମିକୁ ଜଳସେଚନ ପାଇଁ ଏହି ଆନିକଟ ତିଆରି ହେଉଥିବା ଜଣାପଡିଛି । ଏହି ଆନିକଟ ନିର୍ମାଣ ହେଲେ କେଲୋ ନଦୀ ଉପରେ ନିର୍ଭର କରୁଥିବା ଓଡିଶାର ଗାଁଗୁଡିକରେ ଜଳ ସଙ୍କଟ ଦେଖାଦେବ । ଛତିଶଗଡରୁ ବାହାରି ଥିବା କେଲୋ ନଦୀ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କନକତୋରା,, ପିଥିଣ୍ଡ. ବାଦୀମାଲ ପଞ୍ଚାୟତ ଦେଇ କୁଶମେଲ ଠାରେ ମହାନଦୀରେ ମିଶିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/kelo.jpg)