ପଞ୍ଜାବ ପରେ ଛତିଶଗଡ କଂଗ୍ରେସରେ ମୁଣ୍ଡ ଟେକିଲା ବିବାଦ । ନେତୃତ୍ୱ ପରିବର୍ତ୍ତନ ନେଇ ଉଠିଲା ସ୍ୱର । 

122

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସ ସଂକଟ ଭିତରେ ଛତିଶଗଡ କଂଗ୍ରେସରେ ବି ଦେଖାଦେଲାଣି  ଅସନ୍ତୋଷ । ଛତିଶଗଡର ୨୦ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସମର୍ଥନରେ ଦିଲ୍ଲୀରେ ଡେରା ପକାଇଛନ୍ତି । କିଛିଦିନ ହେଲାଣି ଭୁପେଶ ବାଘେଲ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓଙ୍କ ମଧ୍ୟରେ ମୂଖ୍ୟମନ୍ତ୍ରୀ ପଦକୁ ନେଇ ଛକାପଞ୍ଜା ଲାଗିରହିଛି । ତେବେ ଶୁଣିବାକୁ ମିଳୁଛି କି ଦୁଇ ନେତାଙ୍କ ମଧ୍ୟରେ ଅଢେଇ-ଅଢେଇ ବର୍ଷ ଲେଖାଁଏ ସରକାର ଚଳାଇବାକୁ ଡିଲ ହୋଇଥିଲା ।

ତେବେ ଭୁପେଶଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ଭୁପେଶ ପଦ ଛାଡୁନାହାନ୍ତି । ତେବେ ସମର୍ଥକ ବିଧାୟକ ମାନଙ୍କ ପକ୍ଷରୁ ଭୁପେଶଙ୍କ ନେତୃତ୍ୱକୁ ପ୍ରଶଂସା କରାଯିବା ସହ ରାଜ୍ୟରେ ସବୁ ଠିକ ଚାଲିଛି ବୋଲି କୁହାଯାଇଛି । ତେବେ ନିଷ୍ପତି ଅନୁସାରେ ବାଘେଲ ନେତୃତ୍ୱ ଛାଡିବାକୁ ଟିଏସ ସିଂଦେଓ ମଧ୍ୟ ବାରମ୍ବାର ଦିଲ୍ଲୀ ଆସୁଛନ୍ତି । କିନ୍ତୁ ଭୁପେଶଙ୍କ ଲୋକପ୍ରିୟତା ଓ ଦଳରେ ଦବଦବା କାରଣରୁ ହାଇକମାଣ୍ଡ ତରଫରୁ ଭୁପେଶଙ୍କୁ ହଟାଯାଉନାହିଁ ବୋଲି ସାଧାରଣରେ ଚର୍ଚା ହେଉଛି ।