କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ କଂଗ୍ରେସ ତରଫରୁ ଆଜି ଭୋଟରଙ୍କ ପାଇଁ ଘୋଷଣା ପତ୍ର ଜାରି କରାଯାଇଛି ।
ଆସନ୍ତୁ ଜାଣିବା ଭୋଟରଙ୍କ ପାଇଁ ଛତିଶଗଡ କଂଗ୍ରେସ କ’ଣ ଦେଇଛି ପ୍ରତିଶ୍ରୁତି
ପୂର୍ବଥର ଭଳି ଚାଷୀମାନଙ୍କୁ ଋଣ ଛାଡ
ନଭେମ୍ବର ୧ ରୁ ମଣ୍ଡିରେ ଧାନ କିଣାଯିବ
କୁଇଣ୍ଟାଲ ପ୍ରତି ୩୨୦୦ ଟଙ୍କାରେ ଏକର ପ୍ରତି ୨୦ କୁଇଣ୍ଟାଲ ଧାନ କିଣିବ ସରକାର
ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷା
କେନ୍ଦୁପତ୍ର ବସ୍ତା ପ୍ରତି ୬ ହଜାର ଟଙ୍କା ମିଳିବ
୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି

Advertisment


ଘୋଷଣାପତ୍ର ଜାରି କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି କି ସେ ଗତ ୫ ବର୍ଷ ମଧ୍ୟରେ ୩୬ ଟି ପ୍ରତିଶ୍ରୁତି ଦେଇଥିଲେ । ତା ମଧ୍ୟରୁ ୯୮ ପ୍ରତିଶତ ପ୍ରତିଶ୍ରୁତି ପୂରଣ କରାଯାଇଛି । ଗତ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ କୃଷକଙ୍କୁ ୧୦ ହଜାର କୋଟି ଟଙ୍କାର ଋଣ ଛାଡ କରାଯାଇଛି । ସେପଟେ ବିଜେପିକୁ ଟାର୍ଗେଟ କରି ବଘେଲ କହିଛନ୍ତି କି, ଆମର ପ୍ରତିଶ୍ରୁତି ଉପରେ ବିଜେପି ବିଚଳିତ ହୋଇଯାଇଛି ।