କନକ ବ୍ୟୁରୋ : ଦୀର୍ଘଦିନ ହେବ ଛତିଶଗତ କଂଗ୍ରେରେ ଦେଖାଦେଇଥିବା ବିବାଦ ଆଜି ଅନ୍ତ ହୋଇପାରେ । ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି । କହିରଖୁ କି କିଛିଦିନ ହେବ ଲଗାତର ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିଜ ଦଳର ବିଧାୟକମାନେ ଅଭିଯୋଗ କରିଆସୁଛନ୍ତି । ଏହାରି ମଧ୍ୟରେ ଶୁକ୍ରବାରଦିନ ଦିଲ୍ଲୀ ବାସଭବନରେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଯାଉଛନ୍ତି ମୁ୍ଖ୍ୟମନ୍ତ୍ରୀ ବଘେଲ ଓ ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ ସିଂଦେଓ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାହୁଲ ଗାନ୍ଧୀ ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିର୍ଦ୍ଦେଶ ଦେଇ ପାରନ୍ତି । ଏହାସହ ଟିଏସ ସିଂଦେଓଙ୍କୁ ଛତିଶଗଡ କଂଗ୍ରେସର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦେଇ ପାରନ୍ତି ।
ଆଜି ଅପରାହ୍ନରେ ହେବାକୁ ଥିବା ବୈଠକ ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିନା ବିଶୃଙ୍ଖଳାରେ କ୍ଷମତା ପରିବର୍ତ୍ତନ ପାଇଁ କେ.ସି ବେଣୁଗୋପାଳଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି ରାହୁଲ ଗାନ୍ଧୀ । ହେଲେ ଏପର୍ଯ୍ୟନ୍ତ ଦଳ ତରଫରୁ କିଛି କୁହାଯାଇ ନଥିବା ବେଳେ ଦଳର ନେତାମାନଙ୍କୁ ଏବାବଦରେ ଚୁପ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Congress leader and Chhattisgarh CM Bhupesh Baghel likely to meet Rahul Gandhi at 4 pm today: Sources pic.twitter.com/tp32XIfGcN
— ANI (@ANI) August 27, 2021
ଛତିଶଗଡରେ ବିଜେପିର ରମଣ ସିଂ ସରକାର ପରାଜିତ ହେବା ପରେ କଂଗ୍ରେସ ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା । ହେଲେ ସେତେବେଳେ ଭୂପେଶ ବଘେଲ ଓ ଟିଏସ ସିଂଦେଓ ଅଢେଇ ଅଢେବ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଥିବା କଥା ଦାବି କରିଛନ୍ତି ଟି.ଏସ ସିଂଦେଓ ।