ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା: ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣକୁ ୟୁପିରେ ମିଳିଲାନି ଅନୁମତି ।

Advertisment
ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା: ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣକୁ ୟୁପିରେ ମିଳିଲାନି ଅନୁମତି ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ଚାଷୀ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିବାକୁ ବାହାରିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କ ସହ ଥିଲେ ପଂଜାବ ଉପମୁଖ୍ୟମନ୍ତ୍ରୀ ଏସଏସ ରଂଘାବା ।ଦୁହେଁ ଯାଉଥିବା ବିମାନକୁ କିନ୍ତୁ ୟୁପି ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ମିଳିନଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ବଘେଲ ମଧ୍ୟ ଏ ବାବଦରେ ଟ୍ୱିଟ କରିଛନ୍ତି ।

publive-image

ଏହା ପୂର୍ବରୁ ଆଜି ସକାଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ମୃତ ଚାଷୀଙ୍କୁ ଭେଟିବାକୁ ଯାଉଥିବାବେଳେ ସୀତାପୁରଠାରେ ତାଙ୍କୁ ଅଟକ ରଖି ହେପାଜତରେ ନେଇଛି ପୋଲିସ । ଏଥିରୁ ବାଦ ପଡିନାହାଁନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ତାଙ୍କୁ ନଜର ବନ୍ଦୀ କରାଯିବା ସହ ତାଙ୍କ ବାସଭବନ ଚାରିପଟେ ପୋଲିସ ଛାଉଣି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe