କନକ ବ୍ୟୁରୋ : ଛତିଶଗଡ ମୁଖ୍ୟମନ୍ତ୍ରୀ ଖାଇଲେ ଚାବୁକ ପାହାର । ଦୁର୍ଭାଗ୍ୟ ଦୂର ହେବ ଏବଂ ସମୃଦ୍ଧି ଆସିବ ବୋଲି ବିଶ୍ୱାସ ରଖି ଚାବୁକ ମାଡ ଖାଇଛନ୍ତି ଭୂପେଶ ବାଘେଲ । ଏ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ତେବେ କୌଣସି ଦୋଷ କରିବା ଅଭିଯୋଗରେ ନୁହେଁ ବରଂ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଯାଇ ପରମ୍ପରା ଅନୁଯାୟୀ ଭୂପେଶ ବାଘେଲ ଚାବୁକ ପାହାର ଖାଇଛନ୍ତି । ଦୀପାବଳି ପରଦିନ ଗୌରା-ଗୌରୀଙ୍କୁ ପୂଜା କରିବାର ପରମ୍ପରା ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ରୀତିନୀତିରେ ଭୁପେଶ ଦୁର୍ଗ ଜିଲ୍ଲା ଗସ୍ତ କରିଥିଲେ । ଯେଉଁଠି ଗୌରା-ଗୌରୀ ପୂଜା ଚାଲିଛି । ସେଠାରେ ବାଘେଲ ପ୍ରାର୍ଥନା କରିଥିଲେ ଏବଂ ଲୋକଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ ବୋଲି କହିଛନ୍ତି । ଏହି ସମୟରେ ବାଘେଲଙ୍କ ହାତରେ ପରମ୍ପରା ଅନୁସାରେ ଚାବୁକ୍ ମାଡ କରାଯାଇଥିଲା । ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇ ସମୃଦ୍ଧି ଆସିଥାଏ ବୋଲି ଛତିଶଗଡର ଲୋକମାନଙ୍କର ବିଶ୍ୱାସ ଅଛି । ବଘେଲ କହିଛନ୍ତି ଜଣେ ବ୍ୟକ୍ତି ଯେତେ ବଡ଼ ହେଲେ ମଧ୍ୟ ଗୌରା-ଗୌରୀ ସାମ୍ନାରେ ସମସ୍ତେ ସମାନ ।