ଛତ୍ତିଶଗଡ ବିଜାପୁରରେ ନକ୍ସଲ-ଯବାନ ମୁହାଁମୁହିଁ । ୮ ଯବାନ ସହିଦ୍ ସୂଚନା, ଏବେବି ୧୫ରୁ ଅଧିକ ଯବାନ ନିଖୋଜ 

217

କନକ ବ୍ୟୁରୋ : ଛତ୍ତିଶଗଡ ବିଜାପୁରରୁ ଆସିଲା ବଡ ଖବର । ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଯେଉଥିରେ ୧୫ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ । ୮ଜଣ ଯବାନ ସହିଦ ହୋଇଛିନ୍ତି । 

ସୂଚନା ମୁତାବକ, ବିଜାପୁର ତେରମ ଥାନା ଜୋନାଗୁଡା ଜଙ୍ଗଲରେ ଏନକାଉଣ୍ଟର ହୋଉଛି । ଯେଉଁଥିରେ ୧୫ରୁ ଅଧିକ ଯବାନ ଏବେ ବି ନିଖୋଜ ଅଛନ୍ତି । ୩୦ଜଣ ଯବାନ ଆହାତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ୮ଜଣ ସହିଦ ଯବାନଙ୍କ ମଧ୍ୟରୁ ୨ଜଣ ଯବାନଙ୍କ ମର ଶରୀର ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦର ରାଜ୍ ପିଙ୍କ । ତେବେ ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ, ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାସହ ବୀର ପୁଅଙ୍କ ବଳିଦାନକୁ ଦେଶ କେବେ ଭୁଲିବନାହିଁ ବୋଲି କହିଛନ୍ତି ଶାହା । ଏହାସହ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ଘଟଣା ବାବଦରେ ଆଲୋଚନା କରିଛନ୍ତି ଶାହା । ଏବଂ ସିଆପିଏଫ୍ ଡିଜିଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।